Latest Odisha News

BREAKING NEWS

କାବୁଲ ବିମାନ ବନ୍ଦର ନିକଟରେ ଆଉ ଏକ ବିସ୍ଫୋରଣ

କାବୁଲ: କାବୁଲ ବିମାନବନ୍ଦର ନିକଟରେ ରବିବାର ସନ୍ଧ୍ୟାବେଳେ ଆଉ ଏକ ବିସ୍ଫୋରଣ ଘଟିଛି । ଗୁଲାଇ ଅଂଚଳରେ ଥିବା ଏକ ଘର ଉପରେ ରକେଟ ମାଡ କରାଯାଇଛି । ଏହି ଆକ୍ରମଣ କିଏ କରିଛି ଏବଂ ସଠିକ ମୃତାହତ ନେଇ ବିଧିବଦ୍ଧ ଭାବେ କୌଣସି ରିପୋର୍ଟ ହସ୍ତଗତ ହୋଇ ନାହିଁ । କାବୁଲ ବିମାନ ବନ୍ଦରକୁ ଟାର୍ଗେଟ କରିବା ବେଳେ ଏହା ଲକ୍ଷ ଚ୍ୟୁତ ହୋଇ ଘର ଉପରେ ମାଡ ହୋଇଥିବା ଅନୁମାନ କରାଯାଉଛି । ରୟଟର୍ସରେ ପ୍ରକାଶିତ ଖବର ଅନୁସାରେ ଆମେରିକା ଆତଙ୍କବାଦୀଙ୍କ ଉପରେ ଏହି ଷ୍ଟ୍ରାଇକ କରିଛି । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି ।

ଆଜି ବି ଆମେରିକା କାବୁଲ ବିମାନ ବନ୍ଦରରେ ବିସ୍ଫୋରଣ ଆଶଙ୍କା ଥିବା ଆଗୁଆ ସତର୍କ କରାଇ ଦେଇଥିଲା । ପୂର୍ବରୁ ଗୁରୁବାର କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ଆକ୍ରମଣ ଯୋଗୁ ଅନେକ ଧନ ଜୀବନ କ୍ଷୟ ହୋଇଥିଲା । ପରେ ଆମେରିକା ଏହାର ମାଷ୍ଟରମାଇଣ୍ଡକୁ ଡ୍ରୋନ ଦ୍ୱାରା ମାରିଥିଲା ।

Leave A Reply

Your email address will not be published.