Latest Odisha News

BREAKING NEWS

ରାପର ବାଦଶାହଙ୍କ କ୍ଲବରେ ବିସ୍ଫୋରଣ, ନିଜକୁ ଦାୟୀ କଲା ଗୋଲ୍ଡି…

ଚଣ୍ଡିଗଡ: ଚଣ୍ଡିଗଡରେ ମଙ୍ଗଳବାର ଦୁଇଟି ନାଇଟ୍ କ୍ଲବ ବାହାରେ ବିସ୍ଫୋରଣ ହେବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ଏହି କ୍ଲବଗୁଡ଼ିକ ମଧ୍ୟରୁ ଗୋଟିଏରେ ରାପର ବାଦଶାହଙ୍କର ଭାଗୀଦାର ରହିଛି। ବାଇକ୍ ଚଳାଉଥିବା ଦୁଇଜଣ ମୁଖା ବ୍ୟକ୍ତି ଉକ୍ତ ସ୍ଥାନରେ ବୋମା ଫିଙ୍ଗି ପଳାଇ ଯାଇଥିଲେ। ଏହି ଦେଶୀ ବୋମା କମ୍ ତୀବ୍ରତାର ହୋଇଥିବାରୁ ଜନଜୀବନ କିମ୍ବା ଧନସମ୍ପତ୍ତି ନଷ୍ଟ ହୋଇନଥିବା ଜଣାପଡିଛି। ଏହି ବିସ୍ଫୋରଣ ପଛରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଗୋଲଡି ବରାଡ ଦାୟୀ ଥିବା ସ୍ବିକାର କରିଛି।

ସୋସିଆଲ ମିଡିଆ ପୋଷ୍ଟରେ ଗୋଲ୍ଡି ବରାଡ ଲେଖିଛି ଯେ ଆମେ ବଟି ପାଇଁ ମାଲିକଙ୍କୁ କଲ କରିଥିଲୁ, କିନ୍ତୁ ସେ ଉଠାଇନଥିଲେ। କାନ ଖୋଲିବା ପାଇଁ ଏହି ବିସ୍ଫୋରଣ କରାଯାଇଥିଲା।

ଅଧିକାରୀଙ୍କ କହିବାନୁଯାୟୀ, ଚଣ୍ଡିଗଡ଼ ପୋଲିସ ଏବଂ ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି।

ତେବେ ୩୯ ବର୍ଷୀୟ ଏହି ରାପର୍ ଜଣକ ହିନ୍ଦୀ, ଇଂରାଜୀ, ପଞ୍ଜାବୀ ଏବଂ ହରିୟାଣୀ ଭାଷାରେ ଗୀତ ଗାଉଛନ୍ତି। ସେ ‘କପୁର ଆଣ୍ଡ ସନ୍ସ’ ଏବଂ ‘କ୍ରୁ’ ସମେତ କିଛି ବଲିଉଡ ଚଳଚ୍ଚିତ୍ର ପାଇଁ ଗୀତ ଗାଇଛନ୍ତି।

Comments are closed.