Latest Odisha News

ଉଗାଣ୍ଡାରେ ଆତ୍ମଘାତୀ ବିସ୍ଫୋରଣ: ପ୍ରମୋଦ ଏବଂ ଭାରତୀୟ ପାରା ବ୍ୟାଡମିଂଟନ ଟିମ ସୁରକ୍ଷିତ

ନୂଆଦିଲ୍ଲୀ: ଉଗାଣ୍ଡାର କାମ୍ପାଲାରେ ଆଜି ଆତ୍ମଘାତୀ ବିସ୍ଫୋରଣ ଯୋଗୁ ସମ୍ପୂର୍ଣ୍ଣ ସହର ଥରି ଉଠିଛି । ଏଥିରେ ୩ ନାଗରିକ ମୃତ୍ୟୁବରଣ କରିଛନ୍ତି । ଯେଉଁଠାରେ ଏହି ବିସ୍ଫୋରଣ ଘଟିଲା ଏହାର ୧୦୦ ମିଟର ଦୂରତାରେ ଥିବା ହୋଟେଲରେ ଭାରତୀୟ ପାରା ବ୍ୟାଡମିଂଟନ ଖେଳାଳି ରହୁଥିଲେ । ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ଓଡିଶା ଟୋକିଓ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ମଧ୍ୟ ସୁରକ୍ଷିତ ଥିବା କଥା ଜଣାଇଛନ୍ତି । ବୁଧବାର ଭଗତ ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଅଭିଯାନ ଆରମ୍ଭ କରିବେ ।

ସ୍ଥାନୀୟ ପୋଲିସ ଅନୁସାରେ ଏହି ଆତ୍ମଘାତୀ ବିସ୍ଫୋରଣ ଉଗ୍ରପନ୍ଥୀମାନେ କରାଇଛନ୍ତି । ଗୋଟିଏ ହୋଟେଲରେ ଭାରତର ୧୫ଜଣ ଖେଳାଳି ରହିଥିବା ବେଳେ ଅନ୍ୟ ଏକ ହୋଟେଲରେ ଅନ୍ୟମାନେ ରହିଥିଲେ ବୋଲି ମୁଖ୍ୟ କୋଚ ଗୌରବ ଖାନ୍ନା କହିଛନ୍ତି ।

Comments are closed.