Latest Odisha News

ରାକ୍ଷୀ ପୂର୍ଣ୍ଣିମାରେ ସ୍ବିଗି ଓ ବ୍ଲିଙ୍କିଟରେ ରେକର୍ଡ ସଂଖ୍ଯକ ବିକ୍ରୀ

ନୂଆଦିଲ୍ଲୀ: ଭାରତରେ ଉତ୍ସାହର ସହ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଛି। ବାଣିଜ୍ୟିକ ପ୍ଲାଟଫର୍ମ ବ୍ଲିଙ୍କିଟ୍ ଏବଂ ସ୍ବିଗି ଇନଷ୍ଟାମାର୍ଟରେ ରେକର୍ଡ ସଂଖ୍ଯକ ବିକ୍ରୟ ହୋଇଛି।

ପ୍ରତି ମିନିଟରେ ୭୦୦ ରାକ୍ଷୀ ଅର୍ଡର ହୋଇଥିବା ବେଳେ ଉପହାର ମଧ୍ଯ ଅନଲାଇନ ପଠାଇଥିଲେ। ଦୁଇ କମ୍ପାନୀ ସେମାନଙ୍କର ୨୦୨୩ର କାର୍ଯ୍ୟଦକ୍ଷତାକୁ ଅତିକ୍ରମ କରି ଅର୍ଡର ଏବଂ ଗ୍ରାହକଙ୍କ ଯୋଗଦାନରେ ନୂତନ ମାନଦଣ୍ଡ ଛୁଇଁଛନ୍ତି।

ବ୍ଲିଙ୍କଇଟ୍ ସିଇଓ ଅଲବିନ୍ଦର ଧିଣ୍ଡସା ଏକ୍ସରେ ଲେଖିଛନ୍ତି,’କେଇ ମିନିଟରେ ଆମେ ସବୁ ରେକର୍ଡ ବ୍ରେକ କରିଛୁ। ସେହିଭଳି ସ୍ବିଗି ଇନଷ୍ଟାମାର୍ଟ ମଧ୍ୟ ଗତବର୍ଷ ତୁଳନାରେ ଅଧିକ ବ୍ୟବସାୟ କରିଛି। ଗତବର୍ଷ ତୁଳନାରେ ରାକ୍ଷୀ ବିକ୍ରି ୫ ଗୁଣ ବଢ଼ିଥିବା ନେଇ ସୂଚନା ଦେଇଛନ୍ତି କମ୍ପାନିର ସହପ୍ରତିଷ୍ଠାତା ଫାନି କିଶାନ।

Comments are closed.