କୋରାପୁଟ: ଜୟପୁର ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଳା ଓ ସଂସ୍କୃତି ସଂଘ ଜୟପୁର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଏବିଡିଓ ମନୋଜ ନାୟକ, ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ କେ. ଏସ ନିଶା, ସିଡିପିଓ ସୁଚିତା ପଣ୍ଡା ପ୍ରମୁଖ ଏହି ଶିବିରରେ ଉପସ୍ଥିତ ଥିଲେ।
ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଉଥିବା ବିଭିନ୍ନ ଯୋଜନା ଯେଉଁଥିରେ ଲୋକଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନ ଚର୍ଯ୍ୟାକୁ ପ୍ରଭାବିତ କରୁଥିବା ଏବଂ ଲୋକମାନେ ଅଧିକରୁ ଅଧିକ ଉପକୃତ ହେଉଥିବା କାର୍ଯ୍ୟକ୍ରମ ଗୁଡିକୁ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ମାଧ୍ୟମରେ ଲୋକଙ୍କ
ପାଖକୁ ପହଞ୍ଚାଇବା ହେଲା ଏହି ଶିବିର ମୂଳ ଉଦ୍ଦେଶ୍ୟ। ଏହି ପାରମ୍ପରିକ ଲୋକନୃତ୍ୟ ଜୟପୁର ବ୍ଲକ ୨୨ଟି ପଞ୍ଚାୟତରେ ଥିବା ସମସ୍ତ ଗ୍ରାମରେ ସେପ୍ଟେମ୍ବର ୧୫ ରୁ ୩୦ ତାରିଖ ଯାଏ ଯୋଜନା ବଦ୍ଧ ଭାବରେ ଲୋକମାନଙ୍କୁ ଗୀତ ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଜନା ଉପରେ ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ।
ଏହି ଶିବିର ୨ ଦିନ ଧରି ଚାଲିବ। ଜିଲ୍ଲା ପରିଷଦ ସଭ୍ୟା ଆସ୍ତା ନାୟକ, ରଶ୍ମି ରଥ, ତପତ୍ତି ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ବିଶ୍ୱ ନାଥ ପାତ୍ର, ବିଇଓ ଚନ୍ଦନ କୁମାର ନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରିନସପାଲ ସନ୍ଧ୍ୟା ରାଣୀ ପାଣିଗ୍ରାହୀଙ୍କ ସହ ସରପଞ୍ଚ, ସମିତି ସଭ୍ୟା, ପିଇଓ ଏହି ଶିବିରରେ ଉପସ୍ଥିତ ଥିଲେ।
Comments are closed.