Latest Odisha News

BREAKING NEWS

ଉତ୍ତର ଭୁବନେଶ୍ୱରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱର ଅନ୍ତର୍ଗତ ସିଙ୍ଗଡ଼ା ଠାରେ ଗୁରୁବାର ଦିନ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ଏଥିସହିତ କରୋନା ମୁକାବିଲା ପାଇଁ ଲକଡାଉନ ଜାରି ରହିଥିବା ବେଳେ ସରକାର ଙ୍କର ସାମାଜିକ ଦୂରତ୍ୱ ନିର୍ଦେଶକୁ ମାନି ସମସ୍ତ ରକ୍ତଦାତା ମାନେ ଜଣେ ପରେ ଜଣେ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା।

ଏହି ରକ୍ତଦାନ ଶିବିର ‘ସମର୍ପିତ’ ଓ ‘ଶ୍ରୀ ଜଗନ୍ନାଥ ଅଖିଳ ଭାରତ ପାଲା କଳାକାର’ ଚ୍ୟାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିଲା।।

ଆଗାମୀ ଦିନରେ ମଧ୍ୟ ଏହିପରି ରକ୍ତ ଦାନ ଶିବିର ଆୟୋଜନ କରାଯିବ ବୋଲି ଆୟୋଜକ ମାନେ ମତ ପ୍ରକାଶ କରିଛନ୍ତି।

Comments are closed.