Latest Odisha News

BREAKING NEWS

ନଦୀରେ ରକ୍ତ ବୋହିବ: ପହଲଗାମ ଆକ୍ରମଣ ପରେ ହାଫିଜର ପୁରୁଣା ଭାଷଣକୁ ପାକରେ କରାଯାଉଛି ପ୍ରଚାର

ଲାହୋର: ପାକିସ୍ତାନରେ ଲସ୍କର-ଏ-ତୋଇବାର ମୁଖିଆ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସଇଦର ପୁରୁଣା ଭାଷଣକୁ ସମଗ୍ର ପାକିସ୍ତାନରେ ରାଲି କରି ପ୍ରଚାର କରୁଛି।

ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଏହାପରେ ହାଫିଜର ଭାଷଣକୁ ପ୍ରଚାର କରାଯାଇ ଏକ ଭଲ କାମ କରିଛି ବୋଲି ପାକିସ୍ତାନରେ ଦର୍ଶାଯାଉଛି। ଏହି ଆକ୍ରମଣର ପଛରେ ଦ ରେସିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ବୋଲି ଜଣାପଡ଼ିଛି । ଏହା ଲସ୍କର-ଏ-ତୋଇବାର ଏକ ଶାଖା । ଯଦିଓ ଏହାକୁ ସେମାନେ ଅସ୍ୱୀକାର କରିନ୍ତି।

ପ୍ରଚାର ହାଫିଜ ସଇଦର ପୁରୁଣା ଭାଷଣରେ ଭାରତକୁ ଧମକ ଦେଇ କହିଛି, “ତୁମେ ପାକିସ୍ତାନର ପାଣି ବନ୍ଦ କରିବ, ତୁମେ ଭାବୁଛ ଆମେ ଚୁପ୍ ରହିବୁ? ଏହି ନଦୀଗୁଡ଼ିକରେ ରକ୍ତ ବୋହିବ।” ଏହି ଭାଷଣ ଭାରତର ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ନିଷ୍ପତ୍ତିକୁ ଉଦ୍ଦେଶ୍ୟ କରି ଦିଆଯାଇଥିଲା, ଯାହା ପହଲଗାମ ଆକ୍ରମଣ ପରେ ଭାରତର କଠୋର କୂଟନୈତିକ ପଦକ୍ଷେପଗୁଡ଼ିକ ମଧ୍ୟରେ ଅନ୍ୟତମ।

ପାକିସ୍ତାନ ସରକାର ହାଫିଜ ସଇଦର ସୁରକ୍ଷା ଦେଉଥିବା ଅଭିଯୋଗ କରାଯାଉଛି। ସୂତ୍ର ଅନୁଯାୟୀ, ପାକିସ୍ତାନ ସେନା, ଆଇଏସଆଇ ଓ ଲସ୍କର କର୍ମୀମାନେ ମିଳିତ ଭାବେ ସୁରକ୍ଷା ଦାୟିତ୍ୱ ନେଇଛନ୍ତି। ଲାହୋରର ମୋହାଲ୍ଲା ଜୋହର ଟାଉନରେ ଥିବା ତାଙ୍କ ଘର ଚାରିପାଖରେ ଡ୍ରୋନ ନିରୀକ୍ଷଣ ଓ ଉଚ୍ଚ-ରିଜୋଲୁସନ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଛି। ଏହା ସତ୍ତ୍ୱେ ସଇଦ ଖୋଲାଖୋଲି ଲାହୋରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ରହୁଛି । ଏହାକୁ ଜାତିସଂଘ ଓ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ହାଫିଜକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଛି । ତା ଉପରେ ୧୦ ମିଲିୟନ ଡଲାରର ପୁରସ୍କାର ରାଶି ଘୋଷଣା କରିଛି। ଏବେ ସେ ପାକିସ୍ତାନରେ ଖୋଲାଖୋଲି ବୁଲୁଥିଲେ ମଧ୍ୟ ପାକିସ୍ତାନ ସରକାର ନଦେଖିଲା ଭଳି ରହୁଛି ।

ପାକିସ୍ତାନର ଏହି କାର୍ଯ୍ୟକଳାପ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଭାରତ ପହଲଗାମ ଆକ୍ରମଣରେ ପାକିସ୍ତାନର ପରୋକ୍ଷ ସମ୍ପୃକ୍ତି ଅଭିଯୋଗ କରି ଏହାର ପ୍ରତିକ୍ରିୟାରେ ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛି । ଏହାପରେ ଅଟାରୀ-ୱାଘା ସୀମା ବନ୍ଦ, ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ଓ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ, ପାକିସ୍ତାନ ମଧ୍ୟ ଭାରତୀୟ ବିମାନ ପାଇଁ ନିଜ ଆକାଶପଥ ବନ୍ଦ କରିବା ସହ ସମସ୍ତ ବାଣିଜ୍ୟ ବନ୍ଦ କରିଦେଇଛି।

Comments are closed.