Latest Odisha News

BREAKING NEWS

ବୟସ ପୂର୍ବରୁ ବୟସ୍କ କରିଦେଉଛି Smartphone, ରିସର୍ଚ୍ଚରେ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ:ଆଜିର ଡିଜିଟାଲ ଯୁଗରେ ସ୍ମାର୍ଟଫୋନ ଉପରେ ଆମର ନିର୍ଭରତା ଦିନକୁ ଦିନ ବଢ଼ିଚାଲିଛି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ସମସ୍ତେ ଦିନକୁ ଘଣ୍ଟା ଘଣ୍ଟା ଧରି ସ୍ମାର୍ଟଫୋନରେ ଲାଗି ରହୁଛନ୍ତି। ଏହି ଅଭ୍ୟାସର କ୍ଷତି ସମ୍ପର୍କରେ ଅନେକ ଗବେଷଣା ସାମ୍ନାକୁ ଆସିଛି। ଏକ ଗବେଷଣାରେ ଜଣାପଡ଼ିଛି ଯେ ସ୍ମାର୍ଟଫୋନର ସ୍କ୍ରିନରୁ ନିର୍ଗତ ହେଉଥିବା ନୀଳ ଆଲୋକ (ବ୍ଲୁ ଲାଇଟ) ମଣିଷକୁ ବୟସ ଆଗରୁ ବୁଢ଼ା କରିଦେଇପାରେ। ଏହା ସହିତ ଏହା ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟାର କାରଣ ମଧ୍ୟ ହୋଇପାରେ।

ଗବେଷଣାରେ ଜଣାପଡ଼ିଛି ଯେ ସ୍ମାର୍ଟଫୋନ ସମେତ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଗ୍ୟାଜେଟର ସ୍କ୍ରିନରୁ ନିର୍ଗତ ହେଉଥିବା ବ୍ଲୁ ଲାଇଟ ଚର୍ମ କୋଷିକାରେ ପରିବର୍ତ୍ତନ ଆଣିପାରେ। ଏହି କାରଣରୁ କୋଷିକାଗୁଡ଼ିକ ସଙ୍କୁଚିତ ହେବା ସହିତ ଶେଷରେ ନଷ୍ଟ ହେବାର ଆଶଙ୍କା ରହିଛି। ଏହା ଫଳରେ ଚର୍ମର ଚମକ ହଜିଯାଏ ଏବଂ ଏହା ସମୟ ଆଗରୁ ବୁଢ଼ା ଦେଖାଯିବା ଆରମ୍ଭ କରେ। ବିଶେଷଜ୍ଞମାନେ କହିଛନ୍ତି ଯେ ବ୍ଲୁ ଲାଇଟ ଚର୍ମରେ ଗଭୀରଭାବେ ପ୍ରବେଶ କରେ, ଯାହା ଫଳରେ ବୟସ ବଢ଼ିବା ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ। ବ୍ଲୁ ଲାଇଟ ଯୋଗୁ ଟ୍ୟାନିଂ, ହାଇପରପିଗମେଣ୍ଟେସନ, ଝାଇଁ ଏବଂ ଚର୍ମ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ଦେଖାଦେଇପାରେ। ଚର୍ମ ଉପରେ ଯେତେ ଅଧିକ ବ୍ଲୁ ଲାଇଟ ପଡ଼େ, ଏହାର କ୍ଷତି ସେତେ ଅଧିକ ହୁଏ। ନିରନ୍ତର ସ୍ମାର୍ଟଫୋନ କିମ୍ବା ଅନ୍ୟ ଗ୍ୟାଜେଟର ବ୍ଲୁ ଲାଇଟର ସଂସ୍ପର୍ଶରେ ରହିବା ଦ୍ୱାରା ଚର୍ମରେ ଫୁଲା ଆସିବାର ମଧ୍ୟ ଆଶଙ୍କା ରହିଛି।

ସ୍ମାର୍ଟଫୋନ ଏବଂ ଅନ୍ୟ ସ୍କ୍ରିନ ଯୁକ୍ତ ଗ୍ୟାଜେଟର ବ୍ୟବହାର କମାଇ ଏହି କ୍ଷତିକୁ ରୋକାଯାଇପାରେ। ତଥାପି, କିଛି ଲୋକଙ୍କୁ କାମ ଯୋଗୁଁ ନିରନ୍ତର ସ୍କ୍ରିନ ସାମ୍ନାରେ ରହିବାକୁ ପଡ଼େ। ଏପରି ଲୋକମାନେ ଭିଟାମିନ C ଏବଂ E ର ସାହାଯ୍ୟ ନେଇପାରନ୍ତି, ଯାହା ଚର୍ମକୁ ଯୁବା ରଖେ। ଏହା ବ୍ୟତୀତ ବିଶେଷଜ୍ଞମାନେ ସ୍କ୍ରିନ ସାମ୍ନାରେ ବସିବା ପୂର୍ବରୁ ଚର୍ମ ଯତ୍ନ ସମ୍ବନ୍ଧୀୟ ଉତ୍ପାଦର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି, ଯାହା ଦ୍ୱାରା ଚର୍ମ ଉ଍ପରେ ବ୍ଲୁ ଲାଇଟର ପ୍ରଭାବ କମ ହେବ।

Comments are closed.