Latest Odisha News

ବ୍ଲୁଟୁଥ୍ ଇୟରଫୋନ୍ ବିସ୍ଫୋରଣରେ ଯୁବକର ମୃତ୍ୟୁ

ନୂଆଦିଲ୍ଲୀ: ବ୍ଲୁଟୁଥ୍ ଇୟରଫୋନ୍ ବିସ୍ଫୋରଣରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ରାଜସ୍ଥାନରେ। ମୃତ ଯୁବକ ଜଣକ ରାକେଶ ନାଗର ଜୟପୁରର ଚାଉମୁ ଉଦୟପୁରିଆ ଗାଁର ବାସିନ୍ଦା ଥିଲେ। ତେବେ ଦେଶରେ ଏହା ପ୍ରଥମ ଏବଂ ବିରଳ ଘଟଣା ବୋଲି ଜଣାପଡିଛି।

ରାକେଶ ତାଙ୍କ ବ୍ଲୁଟୁଥ୍‌ରେ କାହା ସହ କଥାବାର୍ତ୍ତା କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏହାପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ରାକେଶଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ହୃଦ୍‌ଘାତ ହେତୁ ସେ ବୋଧହୁଏ ତାଙ୍କର ମୃତ୍ୟୁ ହୋଇଛି।

Comments are closed.