Latest Odisha News

BREAKING NEWS

ଟ୍ରାଫିକ ନିୟମ ଉଲଂଘନ କରି ‘ବିଏମସି ପ୍ରବର୍ତ୍ତନ ସ୍କ୍ୱାର୍ଡ଼’ ଗଣିଲେ ଫାଇନ୍ !

ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲଂଘନ କରିଥିବା ଯୋଗୁଁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି)ର ପ୍ରବର୍ତ୍ତନ ବିଭାଗ ସ୍କ୍ୱାର୍ଡ଼ଙ୍କୁ ୧୫,୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିଛି ।

ସ୍ଥାନୀୟ ନାଲକୋ ଛକଠାରେ ଆଜି ଟ୍ରାଫିକ ପୋଲିସ ପକ୍ଷରୁ ଚେକିଂ ଚାଲିଥିବା ବେଳେ ବିଏମସିର ଏକ ମାଲବୋଝେଇ ଭ୍ୟାନକୁ ଯାଞ୍ଚ କରାଯାଇଥିଲା । ଏହି ଗାଡ଼ିଟି ବିଏମସି ଦ୍ୱାରା ଭଡ଼ା ସୂତ୍ରରେ ଅଣାଯାଇ ଚଳାଚଳ କରାଯାଉଥିଲା । ତେବେ ଏହି ପ୍ରବର୍ତ୍ତନ ସ୍କ୍ୱାର୍ଡ଼ ଯାନବାହନ ଆଇନ୍ ୨୦୧୯ ନିୟମ ଅନୁଯାୟୀ ଜୋରିମାନା ପଇଠ କରିଥିବା ଜଣାପଡ଼ିଛି ।

ଟ୍ରାଫିକ୍ ନିୟମ ଉଲଂଘନ କରିଥିବା ଅଭିଯୋଗରେ ପୋଲିସ ଶ୍ରମିକଙ୍କୁ ମାଲବାହୀ ଗାଡ଼ିରେ ନେଉଥିବା ଯୋଗୁଁ ୫,୦୦୦ ଟଙ୍କା, ଗାଡ଼ିଟିର ରୁଟ୍ ପରିମିଟ୍ ନଥିବା ଯୋଗୁଁ ୧୦,୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିଥିଲା ।

ସେହିପରି ଅନ୍ୟ ଏକ ଘଟଣାରେ ଟ୍ରାଫିକ୍ ପୋଲିସ ଆଜି ଆଚାର୍ଯ୍ୟ ବିହାର ନିକଟରେ କବୀନ୍ଦ୍ର ସାହୁ ନାମକ ଜଣେ ଅଟୋ ଡ୍ରାଇଭରଙ୍କଠାରୁ ନିୟମ ଉଲଂଘନ କରିଥିବା ଅଭିଯୋଗରେ ୨୭,୫୦୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି ।

Leave A Reply

Your email address will not be published.