Latest Odisha News

BREAKING NEWS

କୋଭିଡ୍ ସଂକ୍ରମଣକୁ ଦେଖି ପାର୍କ ଉପରେ କଟକଣା ଲଗାଇଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ କୋଭିଡ୍ ସଂକ୍ରମଣ ବିଏମସି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦିନକୁ ଦିନ ସଂକ୍ରମଣ ମାମଲା ବଢ଼ିବା ଦୈନିକ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୦ ପ୍ରତିଶତ ମାମଲା ସ୍ଥାନୀୟ ରହୁଛି । ସ୍ଥାନୀୟ ସଂକ୍ରମଣ ମାମଲାରେ ବୃଦ୍ଧିକୁ ଦେଖି ପାର୍କ ଉପରେ ବିଏମସି କଟକଣା ଜାରି କରିଛି ।

ଭୁବନେଶ୍ୱରର ସର୍ବସାଧାରଣ ପାର୍କ ଗୁଡ଼ିକରେ ଥିବା ଛୋଟ ପିଲାଙ୍କର ଖେଳ ଉପକରଣ ବ୍ୟବହାର ବାରଣ କରାଯାଇଛି । ଏଥିସହ ପାର୍କର ମୁକ୍ତ ଜିମ୍ନାସିୟମ୍ ସରଞ୍ଜାମର ଏବେ ବ୍ୟବହାର ହେବ ନାହିଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଖେଳ ଓ ଜିମ୍ନାସିୟମ୍ ଉପକରଣକୁ ଘୋଡ଼ାଇ ରଖାଯିବ ।

ଏହାସହ ପାର୍କରେ ବିଚରଣ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପାର୍କ ଭିତରେ ୬ ଫୁଟର ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି। ପାର୍କ ଭିତରେ ତମାଖୁ ସେବନ ଓ ଛେପ ପକାଇଲେ ଜରିମାନା ଦେବାକୁ ପଡ଼ିବ । ଗତବର୍ଷ କୋଭିଡ୍ ସଂକ୍ରମଣ ପରେ ମାର୍ଚ୍ଚରୁ ବିଏମସି ସମସ୍ତ ପାର୍କକୁ ବନ୍ଦ କରି ଦେଇଥିଲା । ପର୍ଯ୍ୟାୟକ୍ରମେ ଅନଲକ୍ ହେବା ପରେ ପାର୍କ ଖୋଲିଥିଲା ।

Leave A Reply

Your email address will not be published.