ନୂଆଦିଲ୍ଲୀ : କରୋନା ମହାମାରୀ ଦିନକୁ ଦିନ ବ୍ୟାପୁଥିବା ବେଳେ ମିଳିଛି ସାମାନ୍ୟ ଆଶ୍ବସ୍ତି । କାରଣ ଆସନ୍ତା ମେ ୧ ତାରିଖରୁ ସମସ୍ତଙ୍କୁ ମିଳିବ କରୋନା ଟିକା । ଏବେ କରୋନା ଭ୍ୟାକ୍ସିନ ନେବାର ସର୍ବନିମ୍ନ ବୟସ ୧୮ ବର୍ଷ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ କରିବା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ କମ୍ପାନୀ ପ୍ରତି ମାସରେ ୫୦ ପ୍ରତିଶତ ଟିକା କେନ୍ଦ୍ରକୁ ଦେବେ । ବାକି ୫୦ ପ୍ରତିଶତ ଟିକା ରାଜ୍ୟ ସରକାର ଓ ଖୋଲା ବଜାରକୁ ଯୋଗାଇବେ । ଏହି ୫୦ ପ୍ରତିଶତ ଟିକା ଯୋଗାଣ ନେଇ ଟିକା ଦର ପ୍ରକାଶ କରିବେ ଉତ୍ପାଦକ । ଆଉ ନିର୍ଦ୍ଧାରିତ ଦର ଦେଇ ରାଜ୍ୟ ସରକାର, ଶିଳ୍ପ ସଂସ୍ଥା ଏହି ଟିକା କିଣିପାରିବେ । ଘରୋଇ ୖସପିଟାଲ ମଧ୍ୟ ଟିକା ଉତ୍ପାଦକଙ୍କ ଠାରୁ ଟିକା କିଣିପାରିବେ ।
BREAKING NEWS
- ୭୮ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଛି ତଟରକ୍ଷୀ ବାହିନୀ
- ରାଜ୍ୟ ସାମୁଦ୍ରିକ ନୀତି ପ୍ରଣୟନ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ
- କାନାଡାରୁ ଆସିଥିବା ଧମକପୂର୍ଣ୍ଣ ମେଲରେ ଓଡ଼ିଶା ଲିଙ୍କ ନାହିଁ: ସ୍ପଷ୍ଟ କଲା କ୍ରାଇମ୍ବ୍ରାଞ୍ଚ
- ୨୦୨୭ ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ ସାରିବା ଲକ୍ଷ୍ୟ: ମନ୍ତ୍ରୀ
- ନବୀନଙ୍କୁ ଭେଟିଲେ ବଡମ୍ବାର ୯୦ରୁ ଊର୍ଦ୍ଧ୍ଵ ପଞ୍ଚାୟତ ପ୍ରତିନିଧି
- ‘ଭୁଲ ଭୁଲେୟା ୩’ର ସଫଳତା ପରେ ବି କାର୍ତ୍ତିକ ଆର୍ଯ୍ୟନଙ୍କୁ ମିଳୁନି ଇଣ୍ଡଷ୍ଟ୍ରିର ସପୋର୍ଟ!
- ତୃତୀୟ ଟେଷ୍ଟ ବ୍ୟାଟିଂ ଅର୍ଡର ନେଇ ରୋହିତ ଦେଲେ ସୂଚନା
- ଓମାନରେ ଛାତ ଭୁଷୁଡି ଓଡିଆ ଶ୍ରମିକ ମୃତ; ମରଶରୀର ଆଣିବା ପାଇଁ ଚିଠି ଲେଖିଲେ ବୈଜୟନ୍ତ
- ଟିପିସିଓଡିଏଲର “ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍”; ଠିକ୍ ସମୟରେ ଦେୟ ଦେଉଥିବା ଭାଗ୍ୟଶାଳୀ ଉପଭୋକ୍ତାଙ୍କୁ ଆକର୍ଷଣୀୟ ପୁରସ୍କାର
- କଂଗ୍ରେସ ପକ୍ଷରୁ ମଶାରୀ ଟାଙ୍ଗି ବିରୋଧ: ସିଏମସି ସ୍ଵାସ୍ଥ୍ୟ ଅଧିକାରୀ ଓ କମିଶନରଙ୍କ ନାଁରେ ଏତଲା
Comments are closed.