Latest Odisha News

BREAKING NEWS

ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କର ହେବ ଆର୍‌ଟିପିସିଆର୍‌ ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା । ଖାସକରି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ବଢ଼ିଲାଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ବେଳେ, ଏବେ ଭୁବନେଶ୍ବର ବିମାନବନ୍ଦର ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କରିଛି ବିଏମ୍‌ସି ।

ଗାଇଡଲାଇନ୍ ଅନୁସାରେ, ଭୁବନେଶ୍ବର ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ୍ କରାଯିବ । ଆସନ୍ତାକାଲି ଠାରୁ ଏହାକୁ ଲାଗୁ କରାଯିବ । ବିଏମ୍‌ସି ପକ୍ଷରୁ ବିମାନବନ୍ଦରରେ ଯାତ୍ରୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ୍‌ ପାଇଁ ବ୍ୟବସ୍ଥା କରାଯିବ । ଯେଉଁ ଯାତ୍ରୀମାନେ ବାହାର ରାଜ୍ୟରୁ ଆସିଥିବେ ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ଏହାସହ ଯେଉଁମାନେ ଭାୟା ଭୁବନେଶ୍ବର ଦେଇ ଯିବେ, ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ ନାହିଁ । ଯାତ୍ରୀମାନେ ଡବଲ୍ ଡୋଜ୍ ଟିକା ନେଇଥିଲେ ବା ନେଗେଟିଭ୍ ରିପୋର୍ଟ ଥିଲେ ମଧ୍ୟ ସେମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ ।

ରିପୋର୍ଟ ଆସିବ ପର୍ଯ୍ୟନ୍ତ ଯାତ୍ରୀମାନେ ହୋମ୍‌ ଆଇସୋଲେସନ୍‌ରେ ରହିବେ । ଯଦି ସଂପୃକ୍ତ ଯାତ୍ରୀଙ୍କର ରିପୋର୍ଟ ପଜିଟିଭ୍ ଆସେ, ତେବେ ସେମାନଙ୍କ ପାଇଁ ନିୟମ ଅନୁସାରେ ପଦକ୍ଷେପ ନିଆଯିବ । ବିଏମସିର ଏହି ନିୟମକୁ ଆସନ୍ତାକାଲି ଠାରୁ କଡ଼ାକଡି କରାଯିବ ।

Leave A Reply

Your email address will not be published.