Latest Odisha News

BREAKING NEWS

Khandagiri:BMCର ସୋ କଜ୍ ନୋଟିସ୍;ନିର୍ଦ୍ଧାରିତ ଫି ଠାରୁ ୨ ଗୁଣା ଅଧିକ ଟଙ୍କା ଆଦାୟ ଅଭିଯୋଗ

ଭୁବନେଶ୍ବର: ଖଣ୍ଡଗିରି ମେଳାରେ ବେଆଇନ ପାର୍କିଙ୍ଗ ଆଦାୟ ନେଇ BMC ନୋଟିସ୍ ଜାରି କରିଛି । BMCର ନିର୍ଦ୍ଧାରିତ ଫି ଠାରୁ ୨ ଗୁଣା ଅଧିକ ଟଙ୍କା ଆଦାୟ ଅଭିଯୋଗ ହୋଇଛି । ତେବେ ଅତ୍ୟଧିକ ପାର୍କିଙ୍ଗ ଫି ଆଦାୟ କରୁଥିବା ଲିଜ ହୋଲ୍ଡରଙ୍କୁ ସୋ କଜ ନୋଟିସ୍ ଜାରି କରାଯାଇଥିବା କହିଛନ୍ତି ମେୟର । ଯାତ୍ରୀମାନେ ଶୋଷଣର ଶିକାର ନ ହୁଅନ୍ତୁ। ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ଖଣ୍ଡଗିରି ମେଳାରେ ଏଭଳି ଶୋଷଣ କରୁଥିବା ଲିଜଧାରୀଙ୍କଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମେୟର ।

ସୂଚନାଥଉକି, ବାଇକ୍ ପାଇଁ ବିଏମ୍ସି ୧୦ ଟଙ୍କା ଧାର୍ଯ୍ୟ କରିଛି , ସେଠାରେ ଲିଜଧାରୀ ନେଉଛନ୍ତି ୫୦ ଟଙ୍କା । କାର୍ ପିଛା ୨୦ ଟଙ୍କା ଥିବା ବେଳେ ୧୦୦ରୁ ୨ଶହ ଟଙ୍କା ନିଆଯାଉଛି। ଯାହାକୁ ନେଇ ଯାତ୍ରା ପ୍ରେମୀ ଅସନ୍ତୋଷ ଜାହିର କରିଛନ୍ତି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଯାତ୍ରୀଙ୍କୁ ଶୋଷଣ କରୁଥିବା ଲିଜଧାରୀଙ୍କୁ ଖୋଜି ବାହାର କରିବା ସହ ସୋ କଜ୍ ନୋଟିସ ଜାରି କରାଯାଇଛି ।

ସୂଚନାଥାଉକି, ଭୁବନେଶ୍ବରରେ ଗତ ୨୫ ତାରିଖ ଠାରୁ ଖଣ୍ଡଗିରି ମେଳା ଆରମ୍ଭ ହୋଇଯାଇଛି। ପାହାଡ଼ ଉପରେ ସାଧୁସନ୍ଥମାନେ ବିଶ୍ବର କଲ୍ୟାଣ ପାଇଁ ଯପତପ କରୁଛନ୍ତି। ପାହାଡ଼ ତଳେ ଦୋକାନବଜାର ବସିଛି। ଗ୍ରାହକଙ୍କର ପ୍ରବଳ ଭିଡ଼ ଲାଗୁଛି।

Comments are closed.