Latest Odisha News

ଭୁବନେଶ୍ୱର ୩ଟି ସ୍ଥାନରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର: ରାଜଧାନୀରେ ପୁଣି ଥରେ ବଢୁଛି କରୋନା ସଂକ୍ରମଣ । ମୁକାବିଲା ପାଇଁ ପୁଣି ଥରେ କଟକଣା କଡ଼ାକଡ଼ି ହେଉଥିବା ବେଳେ ଚିକିତ୍ସା ବ୍ୟବସ୍ଥାକୁ ତ୍ୱାରାନ୍ୱିତ କରାଗଲାଣି । ଭୁବନେଶ୍ୱରରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଛି ବିଏମସି । ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରାାଜଧାନୀରେ ୩ଟି ସ୍ଥାନରେ ଦେୟଯୁକ୍ତ ଗେଷ୍ଟ ହାଉସରେ ବ୍ୟବସ୍ଥା କରାଯାଇଛି । ପଟିଆ, ଘାଟକିଆ ଓ ଗଜପତି ନଗରରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଛି ବିଏମସି ।

ପଟିଆରେ ଥିବା ମାଆ ଗେଷ୍ଟ ହାଉସ, ଘାଟିକିଆରେ ଥିବା ମାଆ ସମ୍ ପ୍ୟାଲେସରେ ପେଡ୍ କ୍ୱାରେଣ୍ଟାଇନ୍ ସୁବିଧା ଉପଲବ୍ଧ । ସେହିପରି ଗଜପତି ନଗରରେ ଥିବା ମା ଗେଷ୍ଟ ହାଉସରେ ପେଡ୍ ଆଇସୋଲେସନ୍ ସୁବିଧା ମିଳିବ ।
ଓୟୋ ହୋଟେଲରେ ଦେୟଯୁକ୍ତ ସଙ୍ଗରୋଧ ବ୍ୟବସ୍ଥା ଉପଲବ୍ଧ ହେଉଛି । ୩ଟି ଓୟୋ ହୋଟେଲର ୪୦ଟି ରୁମରେ ବ୍ୟବସ୍ଥା କରିଛି ବିଏମସି । ଦେୟଯୁକ୍ତ ସଙ୍ଗରୋଧ ସହ ଆଇସୋଲେସନ ରୁମ ପ୍ରସ୍ତୁତ କରାଯାଇଛି । ହସ୍ପିଟାଲ କିମ୍ବା ଘରେ ରହିବାକୁ ଚାହୁଁ ନଥିବା କରୋନା ଆକ୍ରାନ୍ତ ଓୟୋରେ ରହିପାରିବେ । ରହିବା ଖର୍ଚ୍ଚ ଭିତରେ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.