ଭୁବନେଶ୍ୱର: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୋମବାରଠାରୁ ଏକ ସ୍ୱତନ୍ତ୍ର କୋଭିଡ୍-୧୯ କକ୍ଷ ଖୋଲାଯିବା ନେଇ ଘୋଷଣା କରାଯାଇଛି ।
ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବାକୁ ଥିବା ଏହି
ସ୍ୱତନ୍ତ୍ର ସେଲ୍ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କୀତ ସମସ୍ତ ଅଭିଯୋଗ ଗ୍ରହଣ କରି ସେଗୁଡିକର ସମାଧାନ ଦିଗରେ କାର୍ଯ୍ୟ କରିବ ।
ବିଏମସି ପକ୍ଷରୁ ଜାରି ରହିଥିବା ବିଭିନ୍ନ ନିର୍ଦ୍ଦେଶାବଳୀ ଓ ସତର୍କତାମୂଳକ ପରାମର୍ଶ ସମ୍ପର୍କରେ ମଧ୍ୟ ଏହା ଲୋକଙ୍କୁ ସୂଚିତ କରିବ ।
ଏଥିସହିତ ବିଏମସି ପରିସରକୁ ପ୍ରବେଶ କରୁଥିବା ସମସ୍ତ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସ୍ୱତନ୍ତ୍ର ଭାବେ ହାତଧୋଇ ପ୍ରବେଶ ବ୍ୟବସ୍ଥା କରାଯାଇଛି ।
କୌଣସି ଜରୁରୀ କିମ୍ବା ବଡ ଧରଣର ଅଭିଯୋଗ ନ ଥିଲେ ନାଗରିକମାନେ ବିଏମସି ଓ ବିଡିଏର ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ନ ଆସିବାକୁ ଅନୁରୋଧ କରିଛି ବିଏମ୍ସି ।
ସେହିଭଳି ସହରରେ ମାସ୍କ ଓ ସାନିଟାଇଜର କଳା ବଜାରୀ ରୋକିବା ପାଇଁ ବିଏମସି ପକ୍ଷରୁ ତିନିଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଏହି ସ୍କ୍ୱାର୍ଡ ସହରର ବିଭିନ୍ନ ଅଂଚଳରେ ଥିବା
ଔଷଧ ଦୋକାନ, ଗୋଦାମ ଇତ୍ୟାଦି ତଦାରଖ କରି କଳାବଜାରୀ ରୋକିବେ ।
Comments are closed.