Latest Odisha News

୬ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ ହେଲା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ

ଭୁବନେଶ୍ୱର: ମାଡ଼ି ଚାଲିଛି ମହାମାରୀ କରୋନା । ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରୁ ଏକାଧିକ କରୋନା ସଂକ୍ରମିତ ଟିହ୍ନଟ ହେବା ପରେ ଅଫିସକୁ ସିଲ୍ କରି ଦିଆଯାଇଛି । ବିଏମସି ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟକୁ ୪୮ ଘଣ୍ଟା ଲାଗି ସିଲ୍ କରିଛି ।

ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟରୁ ୬ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଅଫିସକୁ ସିଲ୍ କରି ଦିଆଯାଇଛି । ଏଥିସହ ଅଫିସର ସମସ୍ତ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ସହ ଅଫିସ୍ ପରିସରକୁ ସାନିଟାଇଜ୍ କରିବା ଲାଗି ବିଏମସି ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.