Latest Odisha News

ବାସପୋଯୋଗୀ ଘରକୁ ବ୍ୟବସାୟ ପାଇଁ ବ୍ୟବହାର କରୁଛନ୍ତି କି ? ଚେତାବନୀ ଦେଲା ବିଏମସି

ଭୁବନେଶ୍ୱର: ରହିବା ପାଇଁ ବାସପୋଯୋଗୀ ଘର, ହେଲେ ବ୍ୟବସାୟ ପାଇଁ କରୁଛନ୍ତି ବ୍ୟବହାର । ଏଭଳି କରୁଥିଲେ ସାବଧାନ ହୋଇ ଯାଆନ୍ତୁ । ବାସପୋଯୋଗୀ ଘରକୁ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ ବିଏମସି କମର୍ସିଆଲ୍ ହୋଲ୍ଡିଂ ଟିକସ ଆଦୟ କରିବ ।

ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ କହିଛନ୍ତି, ସହରରେ ଅନେକ ଘର ମାଲିକ ସେମାନଙ୍କ କୋଠାକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି । କିନ୍ତୁ ସେମାନେ ହୋଲ୍ଡିଂ ଟିକସ ବାଣିଜ୍ୟିକ ହାରରେ ଦେଉ ନାହାନ୍ତି ।

ସେଭଳ କରୁଥିଲେ ସେମାନେ ଭୁବନେଶ୍ୱର ଡଟ୍ ମି ୱେବସାଇଟକୁ ଯାଇ ଘରର ରିଆସେସମେଣ୍ଟ କରିବା ସହ ହୋଲ୍ଡିଂ ଟିକସ ବାଣିଜ୍ୟିକ ହାରରେ ଦିଅନ୍ତୁ । ଯଦି ଏଥିରେ ବିଫଳ ହେଲେ ତାହେଲେ ସେମାନଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି କମିଶନର ।

ସେ ଆହୁରି କହିଛନ୍ତି, ଅନେକ ଲୋକ ବ୍ୟବସାୟ ପଞ୍ଜିକରଣ ବିନା ବ୍ୟବସାୟ କରୁଛନ୍ତି । ସେମାନେ ପଞ୍ଜିକରଣ କରିବା ସହ ସମୟରେ ଫି ଦିଅନ୍ତୁ । ଏଥିପାଇଁ ପ୍ରତି ଶନିବାର ୱାର୍ଡରେ କୋର୍ କମିଟି ବୈଠକ ବସିବ । ଏଥିସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି ।

Comments are closed.