Latest Odisha News

BREAKING NEWS

ଏଣିକି ରାସ୍ତାରେ ଗାଈଗୋରୁଙ୍କୁ ଛାଡ଼ିଲେ ଉଠାଇ ନେବ ବିଏମସି

ଭୁବନେଶ୍ୱର: ଏଣିକି ରାସ୍ତାରେ ଗାଈଗୋରୁଙ୍କୁ ଛାଡ଼ିଲେ ଉଠାଇ ନେବ ବିଏମସି। ଗୋରୁ-ଗାଈଙ୍କ ମାଲିକ ନେବାକୁ ଚାହିଁଲେ ନିଆଯିବ ଆଇନଗତ ପଦକ୍ଷେପ। କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ରାସ୍ତାରେ ଗୋରୁ-ଗାଈଙ୍କ ଯୋଗୁଁ ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଥିବାରୁ ବିଏମସି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଗାଈ-ଗୋରୁଙ୍କୁ ରାସ୍ତାକୁ ନଛାଡିବା ପାଇଁ ନିଷ୍ପତ୍ତି ହୋଇଛି। ବିଏମସି ସର୍ଭେ ଅନୁଯାୟୀ ବିଏମସି ଅଞ୍ଚଳରେ ୮୦୦ରୁ ଅଧିକ ଗାଈ-ଗୋରୁ ମାଲିକ ଅଛନ୍ତି। ଅନେକ ମାଲିକ ନିଜର ଗୋରୁଙ୍କୁ ରାସ୍ତାରେ ଛାଡୁଥିବା ଦେଖିବାକୁ ମିଳିଛି। ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେବା ସହ ଦୈନିକ ଏକାଧିକ ଗୋରୁଙ୍କ ମୃତ୍ୟୁ ମଧ୍ୟ ଘଟୁଛି।

ସେହିପରି ରାତିରେ ଗୋରୁଗାଈଙ୍କ ଲାଗି ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏନେଇ ବିଏମସି ବାରମ୍ବାର ଗାଈ ମାଲିକଙ୍କୁ ତାଗିଦ କଲା ପରେ ମଧ୍ୟ ସେମାନେ ନିଜ ଗୁହାଳରେ ଗୋରୁଙ୍କୁ ନବାନ୍ଧି ବାହାରେ ଛାଡ଼ି ଦେଉଛନ୍ତି। ତେଣୁ ବାଧ୍ୟ ହୋଇ ବିଏମସି ଏପରି ନିଷ୍ପତ୍ତି ନେଇଛି। ନିୟମ ଉଲ୍ଲଙ୍ଘନ କଲେ ରାସ୍ତାରୁ ଗୋରୁଗାଈଙ୍କୁ ଉଠାଇ ନେଇ ବିଭିନ୍ନ ଗୋଶାଳାରେ ରଖାଯିବ। ଯେଦି ଗାଈ ମାଲିକ ନିଜ ଗୋରୁଗାଈଙ୍କୁ ନେବାକୁ ଚାହାଁନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.