Latest Odisha News

BREAKING NEWS

ବୁଡିଗଲା ଡଙ୍ଗା, ୮ ଉଦ୍ଧାର ୩ ନିଖୋଜ

ମାଲକାନଗିରି: କରୋନା ମହାମାରୀରେ ମାଲକାନଗିରି ଜିଲ୍ଲାରୁ ଆସିଲା ଦୁଃଖଦ ଖବର । କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଦାମୋଦରବେଡା ଓ ଓରାପଦର ଡଙ୍ଗା ଘାଟରେ ମାଛ ଡଙ୍ଗା ବୁଡି ୩ଜଣ ନିଖୋଜ । ନିଖୋଜଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ବର୍ଷକର ଶିଶୁ ଥିବା ସୂଚନା ରହିଛି ।

ଆଜି ସକାଳେ ଏକ ମାଛ ଡଙ୍ଗାରେ କିଛି ଲୋକ ଦାମୋଦରବେଡାରୁ ଓରାପଦର ଫରିବା ସମୟରେ ଦିନ ପ୍ରାୟ ୧୦ଟାବେଳେ ମଝି ନଇରେ ଡଙ୍ଗାଟି ବୁଡିଯାଇଥିଲା । ଡଙ୍ଗାରେ ସର୍ବମୋଟ ୧୧ ଜଣ ଥିଲାବେଳେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Leave A Reply

Your email address will not be published.