ପୁରୀ: ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଡାଙ୍ଗାରେ ଥିବା ସମସ୍ତ ଯାତ୍ରୀ ଛାନିଆଁ ହୋଇଗଲେ। କାରଣ ନା ଆଗକୁ ନା ପଛକୁ ଯାଇ ହେଉଥାଏ। ଡଙ୍ଗାରେ ଥିଲେ ୨୦ରୁ ଅଧିକ ଯାତ୍ରୀ। ଶନିବାର ସକାଳେ ଏହି ଘଟଣା ଘଟିଛି। ଆଜି ସକାଳ ସାଢ଼େ ୯ଟା ସୁଦ୍ଧା ଡଙ୍ଗାଟି ପ୍ରାୟ ଦେଢ଼ ଘଣ୍ଟା ଧରି ମଏଁସା ନିକଟ ଚିଲିକା ମଝିରେ ଅଟକି ରହିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଡଙ୍ଗାଟି ଜହ୍ନିକୁଦାର ଘାଟପେଣ୍ଠରୁ ୨୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାହାରିଥିଲା। ଡଙ୍ଗାରେ କେବଳ ଯାତ୍ରୀ ନଥିଲେ ବରଂ ସେମାନଙ୍କ ଆସବାବପତ୍ର ଏବଂ କିଛି ମୋଟରସାଇକେଲ ମଧ୍ୟ ରହିଥିଲା। ମଏଁସା ନିକଟରେ ଡଙ୍ଗାଟି ହଠାତ୍ ବନ୍ଦ ହୋଇଯାଇଥିଲା। ଫଳରେ ଯାତ୍ରୀମାନେ ଡଙ୍ଗାରେ ଫସି ରହିଥିଲେ। ଦେଢ ଘଣ୍ଟାରୁ ଅଧିକ ସମୟ ହେବ ଅଟକିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି।
Comments are closed.