Latest Odisha News

ସିଲେରୁ ନଦୀରେ ଡଙ୍ଗା ବୁଡି: ଜଣେ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି:ମାଲକାନଗିରି ଆନ୍ଧ୍ର ସିମାନ୍ତ ସିଲେରୁ ନଦୀରେ ଡଙ୍ଗା ବୁଡି । ଚିତ୍ରକୋଣ୍ଡା ବ୍ଳକ୍ ଅନ୍ତର୍ଗତ କନ୍ଧଗୁଡ଼ା ଘାଟରେ ଦୁଇଟି ଦେଶୀ ଡ଼ଙ୍ଗା ବୁଡ଼ି ସାତ ଜଣ ନିଖୋଜ, ଜଣେ ମୃତ, ତିନି ଉଦ୍ଧାର l ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ୧୧ ଜଣ ଲୋକ ଆନ୍ଧ୍ରକୁ କାମ କରିବାକୁ ଯାଇ କରୋନା କଟକଣା ପାଇଁ ଫେରି ନଥିଲେ । ସୋମବାର ବହୁ କଷ୍ଟରେ ଫେରୁଥିଲେ , ହେଲେ ଆନ୍ଧ୍ର ପଥରୁ ଓଡିଶାକୁ ଆସିବାକୁ ହେଲେ କିଛି କରୋନା କଟକଣା ମାନିବାକୁ ହୁଏ । ସେଥିପାଇଁ ସେମାନେ ଡରି ଲୁଚି ସିଲେରୁ ନଦୀ ପଥରେ ଯୋଜନା କରିଥିଲେ ।

କନ୍ଧଗୁଡ଼ା ଓ ଗୁଣ୍ଠାୱାଡାକୁ ଫେରିବାକୁ ବିଳମ୍ବିତ ରାତିରେ, ସେମାନେ ଯୋଜନା ମୁତାବକ ଦଶ ଜଣ ବଡ଼ ଲୋକ ଏବଂ ଏକ ତିନି ବର୍ଷ ର ଛୋଟ ପିଲା ଦୁଇଟି ମାଛ ଧରା କାଠ ଡଙ୍ଗାରେ ବସି ଆଗ ପଛ ହୋଇ ନିଜ ଗ୍ରାମକୁ ଫେରୁଥିଲେ କନ୍ଧଗୁଡ଼ା ଡ଼ଙ୍ଗା ଘାଟକୁ l ପ୍ରଥମ ଡ଼ଙ୍ଗାଟି ନଦୀ ଭିତରେ ଥିବା ଏକ ଖୁଣ୍ଠରେ ବାଡେଇ ହୋଇ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l

ପ୍ରଥମ ଡ଼ଙ୍ଗାରେ ଥିବା ୬ ଜଣ ଲୋକ କିଛି ସମୟ ପହଁରି ପହଁରି ପଛ ଡଙ୍ଗାରେ ଚଢିବାକୁ ଚେଷ୍ଟା କରିଥିଲେ l ଡ଼ଙ୍ଗା ଟି ଛୋଟ ଥିବାରୁ ଦୁଇଟି ଡଙ୍ଗାର ଲୋକ ଗୋଟିଏ ଡଙ୍ଗାରେ ପଳାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ, ଦ୍ୱିତୀୟ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା ଫଳରେ ସମସ୍ତେ ବୁଡ଼ି ଯାଇଥିଲେ l ସେଥି ମଧ୍ୟରୁ ୩ ଜଣ ଲୋକ ପହଁରି ପହଁରି କନ୍ଧଗୁଡ଼ା ଘାଟରେ ପହଁଚିଲା ପରେ ଖବର ପାଇ ଗାଁ ଲୋକ ନଦୀ ଘାଟରେ ପହଂଚି ଖୋଜାଖୋଜି କରିଥିଲେ ।

୧୧ଜଣଙ୍କ ମଧ୍ୟରୁ ତିନି ଜଣ ପହଁରି ପହଁରି ଉଦ୍ଧାର ହୋଇଛନ୍ତି, ଜଣେ ତିନି ବର୍ଷର ଝିଅର ମୃତ ଦେହ ମିଳିଥିବା ବେଳେ ସାତ ଜଣ ନିଖୋଜ ଅଛନ୍ତି, ସେମାନଙ୍କୁ ଖୋଜାଖୋଜି ଜାରି ରହିଛି l ସାତ ଜଣ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ଗୁଣ୍ଠାୱାଡା ଗ୍ରାମର ହୋଇଥିବା ବେଳେ ପାଞ୍ଚ ଜଣ କନ୍ଧଗୁଡ଼ା ଗ୍ରାମର ବୋଲି ଜଣା ପଡିଛି l ଏମାନେ ତେଲେଙ୍ଗାନାର ହାଇଦ୍ରାବାଦ ସାଙ୍ଗରେଡିରେ ଇଟା ଭାଟିରେ ଦାଦନ ଖଟିବାକୁ ଯାଇଥିଲେ।

Leave A Reply

Your email address will not be published.