Latest Odisha News

BREAKING NEWS

୨୬ରେ ଦେଖାଯିବ ସୁପର ବ୍ଲଡମୁନ

ଭୁବନେଶ୍ୱର : ଚଳିତ ବର୍ଷ , ମଇ ୨୬ରେ ଦେଖାଯିବ ପ୍ରଥମ ରକ୍ତଚନ୍ଦ୍ରଗ୍ରହଣ । ଏହା , ଏହି ବର୍ଷର ତଥା ଶତାଦ୍ଦୀର ବୃହତ ଚନ୍ଦ୍ରଗ୍ରହଣ ହେବ ଏବଂ  ୨୦୨୧ର ଶେଷ ସୁପରମୁନ୍ ଭାବେ ଦେଖାଯିବ।

ଏହି ଚନ୍ଦ୍ରଗ୍ରହଣରେ ପୃଥିବୀର ଛାଇ ଅପରାହ୍ନ ୨ ଟା ୧୬ ମିନିଟରେ ପ୍ରବେଶ କରିବ ଓ ସନ୍ଧ୍ୟା ୭ଟା ୨୦ ମିନିଟରେ ସମ୍ପୂର୍ଣ୍ଣ ବହାରିଯିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାର ସଠିକ ସମୟ ୪ .୪୧ ମିନିଟରୁ ୪.୫୫ମିନିଟ । ସେହି ସମୟରେ ଭାରତରେ ଦିନ ହୋଇଥିବାରୁ ଏଠାରେ ଦୃଶ୍ୟମାନ ହେବ ନାହିଁ।

ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନିଟୋରିୟମ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରିବା ସହ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଅନଲାଇନ ମାଧ୍ୟମରେ ଲାଇଭ ଦେଖିବାର ବ୍ୟବସ୍ଥା କରାଯାଇଛି।

ଏହି ଚନ୍ଦ୍ରଗ୍ରହଣର କୌଣସି ପ୍ରଭାବ ପୃଥିବୀରେ ପଡ଼ିବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନିଟୋରିୟମ ଉପ ନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.