Latest Odisha News

BREAKING NEWS

କରୋନାର କରୁଣ ଦୃଶ୍ୟ: ଯେଉଁଠି ଶବ, ସେଇଠି ଚାଲିଛି କରୋନା ରୋଗୀଙ୍କ ଚିକିତ୍ସା

ମୁମ୍ବାଇ: ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକମ୍ରଣ । ଏହାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସାମ୍ନାକୁ ଆସିଛି । ହସ୍ପିଟାଲର ଗୋଟିଏ ୱାର୍ଡରେ କରୋନା ସଂକ୍ରମିତଙ୍କ ଚାଲିଛି ଚିକିତ୍ସା, ଆଉ ସେଇଠି ହିଁ ରଖାଯାଇଛି ମୃତଦେହ ।

ଏପରିକି ଜଣେ କରୋନା ରୋଗୀଙ୍କ ବେଡକୁ ଲାଗି ମୃତଦେହ ଗୁଡିକୁ ରଖଯାଇଛି । ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ସୋସିଆଲ୍ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହୋଇଛି ।

୫୭ ସେକେଣ୍ଡର ଏହି ଭିଡ଼ିଓରେ ଏକ କରୋନା ଓ୍ବାର୍ଡରେ କଳା ପ୍ଲାଷ୍ଟିକ୍ ବ୍ୟାଗ୍‌ରେ ବନ୍ଧା ଯାଇଥିବା କେତେକ ମୃତଦେହକୁ ବିଭିନ୍ନ ବେଡ୍ ଉପରେ ରଖାଯାଇଛି। ସେହି ଓ୍ବାର୍ଡରେ ଅନ୍ୟ କରୋନା ସଂକ୍ରମିତଙ୍କୁ ମଧ୍ୟ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓଟି ହେଉଛି ମୁମ୍ବାଇର ସିଓନ ହସ୍ପିଟାଲର । ମୋବାଇଲରେ କେହି ଜଣେ ଏହି ଭିଡିଓକୁ ସୁଟ୍ କରି ଭାଇରାଲ କରିଥିବା ଜଣାପଡିଛି । ଭାଇରାଲ ହେବା ପରେ ମହାରାଷ୍ଟ୍ର ବିଧାୟକ ନୀତିଶ ଏନ୍‌. ରାଣେ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଶ୍ଚର୍ଯ୍ୟଜନକ, ଏହା କେଉଁ ଧରଣର ପ୍ରଶାସନିକ ବ୍ୟବସ୍ଥା । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସେ କହିଛନ୍ତି । ସେପଟେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନେଇ ହସ୍ପିଟାଲ ଡିନ୍ କହିଛନ୍ତି ।

Leave A Reply

Your email address will not be published.