ରାୟପୁର: ନିଖୋଜ ଥିବା ୧୭ଜଣ ଯବାନଙ୍କ ମୃତଦେହ ଉଦ୍ଧାର । ଗତ ବିଳମ୍ବିତ ରାତିରେ ଓଡ଼ିଶା ସୀମାନ୍ତ ଛତିଶଗଡ ସୁକମାରେ ମାଓବାଦୀ ଓ ଯବାନ ମୁହାଁମୁହଁ ହୋଇଥିଲେ । ଏଥିରେ ୧୩ ଜଣ ଯବାନ ଆହତ ହୋଇଥିବା ବେଳେ ୧୭ ଜଣ ଯବାନ ନିଖୋଜ ହୋଇଥିଲେ । ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ।
ଏଥିସହ ମାଓବାଦୀ ମାନେ ୧୨ଟି ଏକେ-୪୭ ବନ୍ଧୁକ, ୧୫ଟି ଅସ୍ତ୍ରଶସ୍ତ୍ର ଲୁଟି ନେଇଥିବା ସୂଚନା ମିଳିଛି । ଅନ୍ୟପଟେ ଆହତ ୧୩ ଜଣ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ଗତ ବିଳମ୍ବିତ ରାତିରେ ସୁକମା ଜିଲ୍ଲାର ଚିନ୍ତାଗୁମ୍ଫା ଅଂଚଳର କୋରଜଗୁଡା ପାହାଡ ନିକଟରେ ଏହି ଏନ୍କାଉଂଟର ହୋଇଛି । ଚିନ୍ତାଗୁମ୍ଫା ନିକଟରେ ମାଓବାଦୀ ଲୁଚି ରହିବା ଖବର ମିଳିଥିଲା । ଏହାପରେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ ଏବଂ କୋବ୍ରା କମାଣ୍ଡର ମିଳିତ ଭାବେ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ରୁ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଯବାନ ନିଖୋଜ ଥିଲେ ।
BREAKING NEWS
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
Comments are closed.