Latest Odisha News

BREAKING NEWS

ନିଖୋଜର ପାଞ୍ଚ ଦିନ ପରେ ପୋଖରୀରୁ ମିଳିଲା ୩ବର୍ଷ ଶିଶୁ କନ୍ୟାର ମୃତଦେହ

ନୟାଗଡ଼: ପାଞ୍ଚ ଦିନ ପରେ ମିଳିଲା ନିଖୋଜ ଶିଶୁ କନ୍ୟାର ମୃତଦେହ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବଧିପାଟଣା ଗାଁର ନିଖୋଜ ୩ବର୍ଷର ଝିଅର ମୃତଦେହ ଗାଁ ପୋଖରୀରୁ ଉଦ୍ଧାର ହୋଇଛି । ମୃତକ ହେଲେ ସଞ୍ଜୟ କୁମାର ସାହୁଙ୍କ ଝିଅ ହରପ୍ରିୟା ସାହୁ (ସ୍ୱାତୀ) । ଗତ ଶୁକ୍ରବାର ଦିନ ବାରିପଟେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ।

ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ସନ୍ଧାନ ମିଳି ନଥିଲା । ଏନେଇ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତ ଶନିବାର ଦିନ ଓଡ୍ରାଫ୍ ଟିମ୍ ଗାଁରେ ଥିବା ସମସ୍ତ କୂଅ ଓ ୩ଟି ପୋଖରୀରେ ଖୋଜିଥିଲେ ବି ସ୍ୱାତୀର ପତ୍ତା ମିଳି ନଥିଲା । ଘର ଘର ବୁଲି ଖୋଜିବା ସହ ପାଖ ଜଙ୍ଗଲରେ ବି ଖୋଳତାଡ କରିଥିଲା ପୋଲିସ ।

ଆଜି ପୋଖରୀରୁ ମୃତଦେହ ମିଳିବ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ହଇଚଇ ସୃଷ୍ଟି ହୋଇଛି । ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ତାଙ୍କୁ କେହି ହତ୍ୟା କରିବା ପରେ ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.