Latest Odisha News

BREAKING NEWS

ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ କନିଷ୍ଠ କିରାଣିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସନ୍ଦେହଜନକ ଅବସ୍ଥାରେ କନିଷ୍ଠ କିରାଣିଙ୍କ ମୃତଦେହ ଉଦ୍ଧାର। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିୟର କ୍ଳର୍କ କ୍ଷୀରୋଦ କୁମାର ବଳଙ୍କ ମୃତଦେହ ମିଳିଛି । ରେଢାଖୋଲ ଲୁକାପାଲିରେ ଥିବା ତାଙ୍କ ଭଡ଼ା ଘରୁ କ୍ଷୀରୋଦଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି ।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁଯାୟୀ, କ୍ଷୀରୋଦଙ୍କ ପରିବାର ଲୋକେ ସମ୍ବଲପୁରରେ ରହୁଥିଲେ। ସେ ଲୁକାପାଲିରେ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା। ସକାଳେ ପଡ଼ୋଶୀମାନେ ଏନେଇ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ପହଞ୍ଚି ଘଟଣାର ସ୍ଥିତି ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ଖବର ପାଇ ଘଟଣାସ୍ଥଳରେ ତାଙ୍କ ସ୍ତ୍ରୀ ଓ ପୁଅ ପହଞ୍ଚିଛନ୍ତି। ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଜଣାପଡୁଛି। କିନ୍ତୁ ଘଟଣାର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କ୍ଷୀରୋଦଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

Leave A Reply

Your email address will not be published.