Latest Odisha News

BREAKING NEWS

ସୋନୀପତରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ମହିଳା ବକ୍ସରଙ୍କ ଶବ

ସୋନୀପତ: ସୋନୀପତର ଖରଖୌଦା ଅଂଚଳରେ ଜଣେ ଉଦୀୟମାନ ମହିଳା ବକ୍ସରଙ୍କ ଶବ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉତରପ୍ରଦେଶର ବାଗପତ ଗ୍ରାମର ୨୧ ବର୍ଷୀୟ ଭାବନା ଖରଖୌଦା ବକ୍ସିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ । କର୍ମବୀର ନାମକ ଜଣଙ୍କ ଘରେ ସାଙ୍ଗମାନଙ୍କ ସହ ସେ ଭଡା ରହୁଥିଲେ । ସେ ବାଥରୁମ ଯିବା ପରେ ଦୀର୍ଘ ସମୟ ଧରି ନ ଆସିବାରୁ ସାଙ୍ଗମାନେ କବାଟ ବାଡେଇ ନିରାଶ ହେବା ପରେ ଘର ମାଲିକଙ୍କୁ ଡାକିଥିଲେ ।

ଏହା ପରେ କବାଟ ଭଙ୍ଗା ଯାଇ ଭାବନାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଷ୍ଟମର୍ଟମରେ ମସ୍ତିଷ୍କର ଶିରା ଫାଟି ଯିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.