Latest Odisha News

ନଦୀରେ ଭାସୁଛି ନାବାଳିକାଙ୍କ ମୃତ ଦେହ

ବାରିପଦା: ନଦୀରେ ଭାସୁଛି ନାବାଳିକାଙ୍କ ମୃତ ଦେହ । ନାବାଳିକାଙ୍କୁ କେହି ମାରି ଫିଙ୍ଗିଦେଇଥିବା ସନ୍ଦେହ । ଏଭଳି କିଛି ଚାଞ୍ଚଲ୍ୟ ଦେଖିବାକୁ ମିଳିଛି  ବାରିପଦାରେ । ବାରିପଦା ବୁଢ଼ାବଳଙ୍ଗ ନଦୀରେ ଭାସୁଛି ଜଣେ ଅଜଣା ନାବାଳିକାର ମୃତଦେହ ।

ସୂଚନା ଅନୁଯାୟୀ, ବାରିପଦା କୁଳିଅଣା ଥାନା ଘୋଡାପାଳ ନିକଟରେ ନଦୀରେ ଜଣେ ଅଚିହ୍ନା ନାବାଳିକାଙ୍କର ମୃତ ଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହା ପରେ କୁଳିଅଣା ଥାନାରେ ଖବର ପରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଟିକୁ ଜବତ କରିଛି । ମୃତ ଦେହରେ ଅନେକ କ୍ଷତ ଚିହ୍ନ ଥିବାରୁ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.