Latest Odisha News

BREAKING NEWS

ନବଜାତର ମୃତଦେହ ଉଦ୍ଧାର , ପୋଲିସର ଛାନଭିନ୍ ଜାରି

ସୋନପୁର : ସୋନପୁରରେ ଚାଞ୍ଚଲ୍ୟ । ସୋନପୁର ଶିକ୍ଷକ ଭବନ ପଛପଟୁ ନବଜାତ ଶିଶୁର ମୃତଦେହ ଜବତ କରାଯାଇଛି । ଖବର ପାଇ ଉଲୁଣ୍ଡା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି । ପ୍ରଥମେ ଗାଁ ଲୋକ ନବଜାତ ଶିଶୁଟିକୁ ଦେଖିଥିଲେ ।ପରେ ପୋଲିସକୁ ଖବର ଦେଇଥିଲେ ।ହେଲେ ଶିଶୁଟିକୁ କିଏ ଓ କେଉଁ ପରିସ୍ଥିତିରେ ଫିଙ୍ଗିଦେଇ ଚାଲିଯାଇଛି ।ତାହା ଜଣାପଡିନାହିଁ । ଏନେଇ ପୋଲିସ ଆଖପାଖ ଅଞ୍ଚଳ ଲୋକଙ୍କୁ ପଚରା ଉଚରା ଜାରି ରଖିଛି ।

Comments are closed, but trackbacks and pingbacks are open.