Latest Odisha News

BREAKING NEWS

ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କ ମୃତଦେହ ଡ୍ୟାମରୁ ଉଦ୍ଧାର

ମାଲକାନଗିରି: ମାଲକାନଗିରିର ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଦେବନାରାୟଣ ପଣ୍ଡାଙ୍କ ମୃତଦେହକୁ ଶନିବାର ଦିନ ପୋଲିସ ଏସତୀଗୁଡା ଡ୍ୟାମରୁ ଉଦ୍ଧାର କରିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଶ୍ରୀ ପଣ୍ଡା ଘରକୁ ନଫେରିବାରୁ ତାଙ୍କ ପତ୍ନୀ ଶୁକ୍ରବାର ରାତିରେ ଏନେଇ ଥାନାରେ ଏକ ମାମଲା ରୁଜୁ କରିଥିଲେ ।

ପରେ ପୋଲିସ ପକ୍ଷରୁ ଛାନଭିନ୍ନ ଆରମ୍ଭ ହୋଇଥିବା ବେଳେ ଶ୍ରୀ ପଣ୍ଡାଙ୍କ ବାଇକ ଓ ହେଲମେଟକୁ ଉକ୍ତ ଡ୍ୟାମ୍ ନିକଟରେ ଠାବ କରାଯାଇଥିଲା । ପରବର୍ତ୍ତୀ ସମୟରେ ପାଣି ଭିତରେ ତାଙ୍କର ମୃତଦେହ ଭାସୁଥିବା ନଜର ଆସିଥିଲା । ତତକ୍ଷଣାତ୍ ପୋଲିସ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଛି ।

“ଆମର କିଛି ପାରିବାରିକ ସମସ୍ୟା ନଥିଲା । ତେବେ ମୋ ସ୍ୱାମୀଙ୍କୁ କେହି ହତ୍ୟା କରିଛନ୍ତି” ବୋଲି ତାଙ୍କ ପତ୍ନୀ ସନ୍ଦେହର ସହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଅପରପକ୍ଷରେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ୍ ଶ୍ରୀ ପଣ୍ଡାଙ୍କ ଘରେ ପହଞ୍ଚିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

Leave A Reply

Your email address will not be published.