Latest Odisha News

ନିଖୋଜ କାଦୁଆ ପଞ୍ଚାୟତ ସରପଞ୍ଚଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର: ନିଖୋଜ କାଦୁଆ ପଞ୍ଚାୟତ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ଢ଼େଙ୍କାନାଳ ଜିଲ୍ଲା ମହୁଲପାଳ ଗାଁ ନାମଯୋଡ଼ି ଜଙ୍ଗଲରୁ ସରପଞ୍ଚ ବିବେକାନନ୍ଦ ମହାକୁଡ଼ଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ଗତ ୭ତାରିଖ ଦିନ ଅପରାହ୍ନଠାରୁ ନିଖୋଜ ଥିଲେ ବିବେକାନନ୍ଦ । ସକାଳୁ ବିଜାଡ଼ିହି ଗାଁର କିଛି ଲୋକ ବିବେକାନନ୍ଦଙ୍କ ମୃତ ଦେହ ଗଛରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଏପଟେ ବିବେକାନନ୍ଦଙ୍କୁ ହତ୍ୟା କରାଯାଇ ଗଛରେ ଝୁଲାଇ ଦିଆଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Comments are closed.