Latest Odisha News

BREAKING NEWS

ଇଣ୍ଡୋନେସିଆ ବିମାନ ସମୁଦ୍ରରେ ଖସି ପଡ଼ିଥିବା ଆଶଙ୍କା, ସମୁଦ୍ରରୁ ମିଳିଛି ଭଗ୍ନାଂବଶେଷ !

ଇଣ୍ଡୋନେସିଆରେ ନିଖୋଜ ବିମାନର ଏଯାଏ କୌଣସି ପତ୍ତା ମିଳିନି । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଥିବା ଆଶଙ୍କା କରାଯାଉଛି । ନିଖୋଜ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିବାକୁ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଦୁର୍ଘଟଣାର ସ୍ଥାନର ସନ୍ଧାନ ମିଳିଥିଲା ଇଣ୍ଡୋନେସିଆ ସରକାର କହିଛନ୍ତି ।
ନୌସେନାର ୧୦ରୁ ଅଧିକ ଜାହାଜ ସର୍ଚ୍ଚ ଅପରେସନରେ ଲାଗିଛନ୍ତି । ସମୁଦ୍ର ଭିତରୁ କିଛି ଭଗ୍ନାଂବଶେଷ ମିଳିଛି । ତେବେ ଏହା ନିଖୋଜ ବିମାନର କି ନୁହେଁ ସେନେଇ ଏୟାରଲାଇନ୍ସ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରି ନାହାନ୍ତି । ଗତକାଲି ଇଣ୍ଡେୋନେସିଆରୁ ୬୨ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ନେଇ ଉଡ଼ାଣ ଭରିଥିଲା ଶ୍ରୀବିଜୟା ଏୟାର ଲାଇନ୍ସର ବୋଇଂ ୭୩୭-୫୦୦ ବିମାନ ।
ଜାକର୍ତ୍ତାରୁ ଉଡ଼ାଣ ଭରିବାର ୪ ମିନିଟ ଭିତରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବିମାନଟି ପୋଣ୍ଟିଆନକ ଅଭିମୁଖେ ଯାଉଥିବା ବେଳେ ମଝି ଆକାଶରେ ୧୦ହାଜର ଫୁଟ ଉଚ୍ଚତାରେ ଉଡ଼ିବା ବେଳେ ହଠାତ୍ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।

Leave A Reply

Your email address will not be published.