ଇଣ୍ଡୋନେସିଆରେ ନିଖୋଜ ବିମାନର ଏଯାଏ କୌଣସି ପତ୍ତା ମିଳିନି । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଥିବା ଆଶଙ୍କା କରାଯାଉଛି । ନିଖୋଜ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିବାକୁ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଦୁର୍ଘଟଣାର ସ୍ଥାନର ସନ୍ଧାନ ମିଳିଥିଲା ଇଣ୍ଡୋନେସିଆ ସରକାର କହିଛନ୍ତି ।
ନୌସେନାର ୧୦ରୁ ଅଧିକ ଜାହାଜ ସର୍ଚ୍ଚ ଅପରେସନରେ ଲାଗିଛନ୍ତି । ସମୁଦ୍ର ଭିତରୁ କିଛି ଭଗ୍ନାଂବଶେଷ ମିଳିଛି । ତେବେ ଏହା ନିଖୋଜ ବିମାନର କି ନୁହେଁ ସେନେଇ ଏୟାରଲାଇନ୍ସ କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରି ନାହାନ୍ତି । ଗତକାଲି ଇଣ୍ଡେୋନେସିଆରୁ ୬୨ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ନେଇ ଉଡ଼ାଣ ଭରିଥିଲା ଶ୍ରୀବିଜୟା ଏୟାର ଲାଇନ୍ସର ବୋଇଂ ୭୩୭-୫୦୦ ବିମାନ ।
ଜାକର୍ତ୍ତାରୁ ଉଡ଼ାଣ ଭରିବାର ୪ ମିନିଟ ଭିତରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବିମାନଟି ପୋଣ୍ଟିଆନକ ଅଭିମୁଖେ ଯାଉଥିବା ବେଳେ ମଝି ଆକାଶରେ ୧୦ହାଜର ଫୁଟ ଉଚ୍ଚତାରେ ଉଡ଼ିବା ବେଳେ ହଠାତ୍ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।
BREAKING NEWS
- ବନ୍ୟା ପ୍ରଭାବିତ ଏହି ଜିଲ୍ଲାର ୩୧୩ଟି ସ୍କୁଲ୍ ବନ୍ଦ ଘୋଷଣା
- ଅପମିଶ୍ରିତ ପନିରକୁ ନେଇ ପୁଣି ବଡ଼ ରେଡ, ଟ୍ୱିନ ସିଟି ପରେ ଏବେ ବ୍ରହ୍ମପୁରରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ
- ଆସୁଛି ଆଉ ଏକ ଲଘୁଚାପ: ପୁଣି ଝଡ଼ବର୍ଷା ଚେତାବନୀ, ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
- Circuit House gun case:ବନ୍ଧୁକ ମାମଲାରେ ବଢ଼ିଲା ଅଡୁଆ;ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ ନିଲମ୍ବିତ
- ଅନଲାଇନ୍ ଟ୍ୟାକ୍ସି ଚାଳକ ଓ ପୋଲିସ ମୁହାଁମୁହିଁ ଘଟଣା: ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କଲା ବିଜେଡି, ପାଲଟା ଜବାବ ଦେଲା ବିଜେପି
- SBI ଆକାଉଣ୍ଟ ଧାରକଙ୍କୁ ବଡ଼ ଝଟକା, ବାରମ୍ବାର ଜମା ଖାତାରୁ ଟଙ୍କା ଉଠାଇଲେ ପଡ଼ିବ ଅଲଗା ଦେୟ, ଜାଣନ୍ତୁ କଣ ରହିଛି ନୂଆ ନିୟମ
- କିମ୍ସ ଡାକ୍ତରଙ୍କ ସଫଳତା: ୧୦ମାସର ଶିଶୁ ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍
- ଆୟ ବହିର୍ଭୂତ ସମ୍ପତ୍ତି ନେଇ ତହସିଲଦାର ଘରେ ଭିଜିଲାନ୍ସ, ନଗଦ ୫ ଲକ୍ଷ ଟଙ୍କା ଜବତ
- Flood Affected:ଆସନ୍ତାକାଲି ଏହି ଜିଲ୍ଲାର ୨୦୫ ସ୍କୁଲ ଛୁଟି ଘୋଷଣା;୨୬୫ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ…
- ବଢ଼ିଲା ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା

Comments are closed.