Latest Odisha News

BREAKING NEWS

୧୨ ବର୍ଷରେ ବଡ଼ିବିଲଡ଼ର: ଏଥିପାଇଁ କରନ୍ତି କଠିନ ପରିଶ୍ରମ

ବ୍ରାଜିଲ: ସୁନ୍ଦର ବଡ଼ି ତିଆରି କରିବା ଆଦୌ ସହଜ କଥା ନୁହେଁ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ । ଘଣ୍ଟା ଘଣ୍ଟା ଧରି ଜିମ୍‌ରେ ସମୟ ବିତାଇବା ସହ ସେହି ଅନୁସାରେ ଖାଦ୍ୟ ମଧ୍ୟ ଖାଇବାକୁ ପଡ଼େ । ତେବେ ଯୁବ ବୟସର ସୁନ୍ଦର ବଡ଼ି ପାଇଁ ଜିମ୍ ଯିବା ଏକ ସାଧାରଣ କଥା । କିନ୍ତୁ ମାତ୍ର ୧୨ ବର୍ଷ ବୟସରେ ଜଣେ କିଶୋର ସୁନ୍ଦର ବଡ଼ି ତିଆରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ବ୍ରାଜିଲ ବାସିନ୍ଦା କଉଜିନ୍‌ହୋ ନେଟୋ ମାତ୍ର ୧୨ ବର୍ଷ ବୟସରେ କଠିନ ପରିଶ୍ରମ କରି ନିଜର ସୁନ୍ଦର ବଡ଼ି ତିଆରି କରିଛନ୍ତି । ତାଙ୍କ ଓଜନ ୩୭ କିଲୋ ହୋଇଥିବାବେଳେ ସେ ଏବେ୯୧ କିଲୋରୁ ଅଧିକ ଓଜନର ଡେଡଲିଫ୍ଟ କରିପାରୁଛନ୍ତି । ଏଥିପାଇଁ ପ୍ରତିଦିନ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼େ । ବଡ଼ିଭୋରରୁ ଉଠି ସେ ପ୍ରାୟ ୧୦ କିମି ରାସ୍ତା ଦୌଡ଼ିଥାନ୍ତି । ଶୋଇବା ପୂର୍ବରୁ ଟ୍ରେନିଂ ସେସନ କରନ୍ତି । ତାଙ୍କ ବାପା କାରଲୋସ୍ ପିଟାଙ୍ଗା ଫିଲ୍‌ହୋଙ୍କ କୁହନ୍ତି, ୨୦୨୧ ମସିହାରୁ ନେଟୋ ଜିମ୍ ଯିବା ଆରମ୍ଭ କଲେ । ଜିମ୍‌ରେ ଯେଉଁ କାର୍ଯ୍ୟ ଅନ୍ୟମାନେ କରିପାରନ୍ତିନି ନେଟୋ ତାହା ସହଜରେ କରିପାରନ୍ତି । ସେ ସାଲ୍‌ଭାଡୋରରେ ଆମାଟିଉର ଏଲ୍‌ପିଓ ୱେଟ୍‌ଲିପ୍ଟିଂ ଚାମ୍ପିୟନଶିପ୍‌ରେ ଭାଗ ନେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ତାଙ୍କର ଏକ ଟ୍ରେନିଂ ଟିମ୍ ମଧ୍ୟ ଅଛନ୍ତି ।

Comments are closed.