Latest Odisha News

BREAKING NEWS

ବାଲୁଗାଁ ରେଳଷ୍ଟେସନ ଠାରେ ବଗିଠାରୁ ଅଲଗା ହେଲା ବିଶାଖା ଏକ୍ସପ୍ରେସର ଇଞ୍ଜିନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଷ୍ଟେସନରୁ କିଛି ବାଟ ଆସିବା ପରେ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସର କିଛି ବଗି ଏହାର ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ବିଶାଖା ଏକ୍ସପ୍ରେସର ଇଞ୍ଜିନ ଏହାର କିଛି ବଗିକୁ ଷ୍ଟେସନରେ ଛାଡି ଆଗକୁ ପଳାଇଥିଲା । ତେବେ ଏହି ଘଟଣା ସମ୍ପର୍କରେ ରେଳବାଇ କତ୍ତୃପକ୍ଷ ଡ୍ରାଇଭରଙ୍କୁ ସୂଚନା ଦେବା ପରେ ସେ ପୁଣି ଇଞ୍ଜିନକୁ ପଛକୁ ଫେରାଇ ଆଣିଥିଲେ । ବଗି ଗୁଡିକୁ ସଂଯୋଗ କରିବା ପରେ ଟ୍ରେନଟି ଏହାର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା ।

ଏହି ଘଟଣାରେ ଅଲଗା ହୋଇ ରହିଯାଇଥିବା ବଗିଗୁଡିକର ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.