ବଲାଙ୍ଗିର : ଭିଜିଲାନ୍ସ ଜାଲରେ ମୁରିବାହାଲ ଏବିଇଓ । ଏକ ପୁରୁଣା କେସକୁ ରଫାଦଫା କରିବାକୁ ଲାଞ୍ଚ ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଏବିଇଓ ଦେବରାଜ ଦାସ ଚାଉଳଫୁଗୁଡା ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ପ୍ରଧାନ ଶିକ୍ଷକ ବୈଧୂତ ସାହୁଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ୨୦୧୯ରେ ଏକ ପ୍ରୋସେଡିଂ ରଫାଦଫା କରିବାକୁ ଟଙ୍କା ମାଗୁଥିଲେ ଏବିଇଓ ଦେବରାଜ ଦାସ । ବାରମ୍ବାର ଟଙ୍କା ମାଗିବା ସହ ମାନସିକ ନିର୍ଯାତନା ଦେଉଥିଲେ ଏବିଇଓ । ଶେଷରେ ବାଧ୍ୟହୋଇ ଅତିରିକ୍ତ ପ୍ରଧାନ ଶିକ୍ଷକ ବୈଧୂତ ସାହୁ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ । ଯୋଜନା ଅନୁସାରେ, ଆଜି ଏବିଇଓ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲା ଭିଜିଲାନ୍ସ ।
BREAKING NEWS
- ବୁମରାହ, ଅକ୍ଷରଙ୍କ ସ୍ୟାଲେରୀ ବଢ଼ାଇବ ବିସିସିଆଇ
- ଯୁଦ୍ଧ ମଧ୍ୟରେ ଏଲ୍ପିଜି ସଙ୍କଟ: ଓଡ଼ିଆ କ୍ୟାପଟେନଙ୍କ ସାହସ ଓ କର୍ତ୍ତବ୍ୟ ପାଇଁ ଆଜି ଦେଶ ଗର୍ବିତ
- ଇରାନ ବିରୋଧରେ ଏକତ୍ର ହେବେ ଇସଲାମିକ ଦେଶ
- ବ୍ୟାଟେଲ ଅଫ ଗଲୱାନ ପରେ ବଦଳିବ ଏହି ଫିଲ୍ମର ନାମ
- ଖୁବ ଶୀଘ୍ର ରୋମାଂଟିକ ଫିଲ୍ମ କରିବେ ଶାହାରୁଖ
- Opposition Stages Symbolic Procession: ବିଧାନସଭାରେ କାହାର ଉଠିଲା ‘କୋକେଇ’?, ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହେଲା ପରିସର
- Jag Laadki Tanker Reaches Gujarat: ଚାଲିଛି ଯୁଦ୍ଧ, ଭାରତରେ ପହଞ୍ଚୁଛି ଜାହାଜ ପରେ ଜାହାଜ
- ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ଵାସଡର
- ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
Comments are closed.