ବଲାଙ୍ଗିର: ଭିଜିଲାନ୍ସ ଜାଲରେ ତହସିଲ ଅଫିସର ବରିଷ୍ଠ କିରାଣୀ । ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ବିଭାଗ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ବରିଷ୍ଠ କିରାଣୀ ଅସିତ ଯୋଶୀ ଧରାପଡ଼ିଛନ୍ତି । ଜମି ବାବଦରେ ପଟ୍ଟା କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।
ଅସିତ ଯୋଶୀ ସହାଜପାଣି ଗାଁର ଥବିର ସାହୁଙ୍କଠାରୁ ଲାଞ୍ଚ ନେଉଥିଲେ । ଜମି ପଟ୍ଟା କରାଇ ଦେବାକୁ ୨୮ଶହ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରାଯାଇଛି । ଏହାପରେ ବଲାଙ୍ଗିର ଓ ବରଗଡ଼ରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।
Comments are closed.