Latest Odisha News

BREAKING NEWS

ଓଡ଼ିଶା-ଛତିଶଗଡ଼ ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଗୁରୁତର

ରାୟପୁର: ଓଡ଼ିଶା-ଛତିଶଗଡ଼ ସୀମାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଏକ ବୋଲେରୋ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣରେ ବୋଲେରୋ ଡ୍ରାଇଭର ସମେତ ଆଉ ଜଣେ ଗୁରୁତର ହୋଇଛନ୍ତି । ବିଜାପୁର ଜିଲ୍ଲା ରାଜକୋଟ ନିକଟରେ ଏହି ବିସ୍ଫୋରଣ ହୋଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଲ୍ୟାଣ୍ଡମାଇନ୍ ବିଛାଇଥିବା ସନ୍ଦେହ କରାଯାଉଛି ।

ବୋଲେରୋଟି ବାସାଗୁଡା ଅଭିମୁଖେ ଯାଉଥିଲା । ପୋଲିସ ଗାଡ଼ି ଭାବି ମାଓବାଦୀ ଏହି ବିସ୍ଫୋରଣ କରିଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.