Latest Odisha News

BREAKING NEWS

ଇସ୍ରାଏଲ ସହ କୂଟନୀତି ସମ୍ପର୍କ ଚ୍ଛିନ୍ନ କଲା ବୋଲିଭିଆ

ତେଲ ଅଭୀବ: ଗାଜାରେ ପ୍ରବେଶ କରି ହମାସ ଆତଙ୍କବାଦୀଙ୍କୁ ମାରିବା ନେଇ ଇସ୍ରାଏଲ ଉପରେ ମୁସଲମାନ ଦେଶଗୁଡିକ କ୍ଷୁବ୍ଧ ହେବାରେ ଲାଗିଛନ୍ତି । ଏହା ମଧ୍ୟରେ ଲ୍ୟାଟିନ ଆମେରିକୀୟ ଦେଶ ବୋଲିଭିଆ ତାର କୂଟନୈତିକ ସମ୍ପର୍କ ଇସ୍ରାଏଲ ସହ ଚ୍ଛିନ୍ନ କରିଛି । ଗାଜାରେ ହେଉଥିବା ଇସ୍ରାଏଲ ଆକ୍ରମଣକୁ ଆମେ ନିନ୍ଦା କରୁଛି । ମାନବିକତା ଦୃଷ୍ଟି କୋଣରୁ ଆମେ ଇସ୍ରାଏଲ ସହ କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରୁଛି ବୋଲି ବୈଦେଶିକ ମନ୍ତ୍ରୀ ଫ୍ରେଡି ମାମାନୀ କହିଛନ୍ତି । ପ୍ରଥମ ଦେଶ ଭାବେ ବୋଲିଭିଆ ଏହି ପଦକ୍ଷେପ ଗ୍ରହଣ କରିଛି । ପୂର୍ବରୁ ୨୦୦୯ରେ ମଧ୍ୟ ଏହି ଦେଶ ଇସ୍ରାଏଲ ସହ ସମ୍ପର୍କ ଚ୍ଛିନ୍ନ କରିଥିଲା । ୨୦୨୦ରେ ଉଭୟ ଦେଶ ଏକତ୍ର ହୋଇଥିଲେ ।

ଚିଲିର ରାଷ୍ଟ୍ରପତି ଗ୍ରାବିଏଲ ବୋରେକ ଇସ୍ରାଏଲ ମାନବୀୟ ଆଇନକୁ ଭଙ୍ଗ କରିଛି ବୋଲି କହିଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଇରାନର ଇସଲାମିକ ରିଭୋଲ୍ୟୁଶନାରୀ ଗାର୍ଡ କର୍ପର୍ସ ହମାସ ସହ ମିଶି ୧୯୭୩ ପରେ ସବୁଠାରୁ ବଡ ଆକ୍ରମଣ ଇସ୍ରାଏଲ ଉପରେ କରିବା ପାଇଁ ଯୋଜନା କରିଥିଲା । ଅକ୍ଟୋବର ୭ରେ ହମାସ ଆତଙ୍କବାଦୀ ଇସ୍ରାଏଲ ସୀମାରେ ପ୍ରବେଶ କରି ନାରକୀୟ କାଣ୍ଡ ରଚିଥିଲେ । ଏହାର ଜବାବରେ ଇସ୍ରାଏଲ ହମାସ ଉପରେ ଆକ୍ରମଣ ଜାରୀ ରଖିଛି ।

Comments are closed.