Latest Odisha News

BREAKING NEWS

ସହାୟତା କଲେ ସୋନୁ ସୁଦ, ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡ଼ିଆ ଝିଅ

ଭୁବନେଶ୍ୱର: କାଲି ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡ଼ିଆ ଝିଅ । ସ୍ୱତନ୍ତ୍ର ବମାନ ଯୋଗେ ସୋମନେ ଫେରିବେ । ଏଥିପାଇଁ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ସେ ପ୍ରବାସୀଙ୍କ ପାଇଁ ଏବେ ରିଲ ଲାଇଫ ହିରୋରୁ ରିଅଲ ଲାଇଫ୍ ହିରୋ ପାଲଟିଛନ୍ତି । ସୋନୁ ଏବେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇବାର ବ୍ୟବସ୍ଥା କରୁଛନ୍ତି । ଯାହାକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି ।କେରଳରେ ଫସିଥିବା ଏହି ୧୭୦ ଜଣ ଓଡ଼ିଆ ଝିଅ ଏର୍ଣ୍ଣାକୁଲମ ଜିଲ୍ଲାରେ ଏକ ପୋଷାକ କମ୍ପାନୀରେ କାମ କରୁଥିଲେ । ତେବେ କରୋନା ପାଇଁ ଲକଡାଉନ ଯୋଗୁ ସମସ୍ତେ ଚାକିରିରୁ ଇସ୍ତଫା ଦେଇ ରାଜ୍ୟକୁ ଫେରିବେ ।

ଏମାନେ ଫସି ରହିଥିବା ନେଇ ଧନ୍ୟା ରାଜେନ୍ଦ୍ରନଙ୍କ ଟୁଇଟ ପରେ ସହଯୋଗର ହାତ ବଢାଇଛନ୍ତି ଆଇପିଏସ ଅଫିସର ଅରୁଣ ବୋଥ୍ରା । ବଲିଉଡ ଅଭିନେତା ସୋନୁ ସୁଦଙ୍କ ସହ ଅରୁଣ ବୋଥ୍ରା ଏ ନେଇ ଆଲୋଚନା କରିଥିଲେ । ପରେ ସେମାନଙ୍କୁ ପ୍ରଥମେ ବସ କିମ୍ବା ଟ୍ରେନରେ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଫେରେଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ସୋନୁ ସୁଦ ।

Leave A Reply

Your email address will not be published.