Latest Odisha News

ଚାଇନିଜ ବ୍ରାଣ୍ଡ ଗୁଡିକୁ ପ୍ରୋତ୍ସାହିତ ନକରିବାକୁ ବଲିଉଡର ସିନେ କଳାକାରଙ୍କୁ ନିବେଦନ  

ମୁମ୍ବାଇ: ଭାରତ ସରକାର ଦେଶରେ ଚାଇନିଜ୍ ଆପ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (FWICE) ଚାଇନାର କୌଣସି ଉତ୍ପାଦକୁ ପ୍ରୋତ୍ସାହିତ ନକରିବାକୁ କଳାକାରମାନଙ୍କୁ ଅନୁରୋଧ କରିଛନ୍ତି।

“ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ତିକ୍ତତା କୁ ଦୃଷ୍ଟିରେ ରଖି ଚାଇନାର କୌଣସି ବ୍ରାଣ୍ଡକୁ ସମର୍ଥନ କରନ୍ତୁ ନାହିଁ। ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ଏବଂ ଆମେ ସମସ୍ତେ ଆମ ଦେଶର ସୁରକ୍ଷା ଏବଂ ନିରାପତ୍ତାକୁ ସମ୍ପୂର୍ଣ୍ଣ ଭାବେ ପ୍ରାଥମିକତା ଦେବା ଉଚିତ୍ । ଆମ ପାଇଁ ଆମେ ଦେଶ ପ୍ରଥମେ ଅଟେ । ତେଣୁ, ସମସ୍ତଙ୍କୁ ଚାଇନାର ଉତ୍ପାଦ କିମ୍ବା ବ୍ରାଣ୍ଡକୁ ପ୍ରୋତ୍ସାହିତ ନକରିବାକୁ” ନିବେଦନ କରିଛନ୍ତି ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ । ଦୀପିକା ପାଦୁକୋଣ, ରଣବୀର କପୁର, କ୍ୟାଟ୍ରିନା କୈଫ, ରଣଭୀର ସିଂ, ଆମୀର ଖାନ, ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ପରି ଅଭିନେତା ଅଭିନେତ୍ରୀ ମାନେ ଚାଇନାର ଅନେକ ବ୍ରାଣ୍ଡକୁ ସମର୍ଥନ କରିଛନ୍ତି, ମୁଖ୍ୟତଃ ମୋବାଇଲ୍ ଫୋନ୍। ବର୍ତ୍ତମାନ, ସେମାନଙ୍କୁ ଚାଇନାର ବ୍ରାଣ୍ଡକୁ ସମର୍ଥନ କରିବା ବନ୍ଦ କରିବା ଉଚିତ ବୋଲି ଏହି ବିବୃତିରେ ପ୍ରକାଶ କରାଯାଇଛି ।

Comments are closed.