ପାଟଣା: ବଜ୍ରପାତ ଯୋଗୁଁ ଉତ୍ତର ବିହାରର ଆଠଟି ଜିଲ୍ଲାରେ ୨୬ଜଣ ବ୍ୟକ୍ତିଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି। ଗୋଟିଏ ସପ୍ତାହ ମଧ୍ୟରେ ବିହାରରେ ବଜ୍ରପାତ ଜନିତ ମୃତ୍ୟୁର ଏହା ତୃତୀୟ ଘଟଣା। ଏହା ପୂର୍ବରୁ ଜୁନ୍ ୨୫ ତାରିଖ ଦିନ ରାଜ୍ୟର ୨୨ଟି ଜିଲ୍ଲାରେ ବଜ୍ରପାତ କାରଣରୁ ୯୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।
ଏହାପରେ ପୁଣି ଜୁନ୍ ୩୦ ତାରିଖ ଦିନ ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ଏଗାର ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ।
ଗୁରୁବାର ଦିନ ବଜ୍ରପାତରେ ପାଟଣାର ୬ଜଣ, ସମସ୍ତିପୁରରେ ୭ଜଣ, ପୂର୍ବ ଚମ୍ପାରଣରେ ୪ଜଣ, ସମସ୍ତିପୁରରେ ୩ ଜଣ, କଠିଆରରେ ୪ଜଣ, ଶେଓହରରେ ୨ଜଣ, ମାଧେପୁରରେ ୨ଜଣ ଏବଂ ପୁରନିଆ ଏବଂ ପଶ୍ଚିମ ଚମ୍ପାରଣରେ ୧ଜଣ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା । ବଜ୍ରପାତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି। ଝଡ଼ବତାସ ପାଗ ସମୟରେ ଲୋକେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
BREAKING NEWS
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା
- କୋଲକାତା ଟ୍ରେଜେଡି: ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ରିମାଣ୍ଡରେ ୭ ଅଭିଯୁକ୍ତ
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
- ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…

Comments are closed.