Latest Odisha News

BREAKING NEWS

ଫ୍ରାଇଡେ୍ ରିଲିଜ୍: ପରଦାକୁ ଆସିଲା ରାଣୀଙ୍କ ‘ମର୍ଦାନୀ ୨’

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ପୁଣି ରୂପେଲି ପରଦାକୁ କମବ୍ୟାକ୍ କରିଛନ୍ତି ରାଣୀ ମୂଖାର୍ଜୀ । ତାଙ୍କ ଅଭିନୀତ ବଲିଉଡ ଫିଲ୍ମ ‘ମର୍ଦାନୀ ୨’ ଶୁକ୍ରବାର ଦିନ ବଡ ପରଦାରେ ରିଲିଜ୍ ହୋଇଯାଇଛି।

ଏହି ଫିଲ୍ମରେ ରାଣୀ ଜଣେ ଦବଙ୍ଗ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ନିକଟରେ ଏହାର ଲୋମଟାଙ୍କୁରା ଟ୍ରେଲର ରିଲିଜ୍ ହୋଇଯାଇଛି।

ୟଶରାଜ୍ ଫିଲ୍ମ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ରାଣୀ ମୂଖାର୍ଜୀଙ୍କ ସହ ବିକ୍ରମ ସିଂହ ଚୌହାନ, ଶ୍ରୁତି ବାପନା, ରାଜେଶ ଶର୍ମା ଓ ସୁଧାଂଶୁ ପାଣ୍ଡେ ପ୍ରମୁଖଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାରଗୋପୀ ପୁଠରାଣ ତୁଲାଇଛନ୍ତି।

ଦେଶରେ ହେଉଥିବା ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣା ଏହି ଚଳଚ୍ଚିତ୍ରର କଥାବସ୍ତୁ ରହିଛି । ଅଭିଯୁକ୍ତଙ୍କୁ ଧରିବା ଲାଗି ରାଣୀ ଜଣେ ପୋଲିସ ଅଫିସର ଭାବେ କିଭଳି ସାହାସର ସହ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

ମର୍ଦାନୀ ଚଳଚ୍ଚିତ୍ର ଭଳି ‘ମର୍ଦାନୀ-୨’ ଦର୍ଶକଙ୍କୁ କେତେ ମନୋରଞ୍ଜନ ଦେଉଛି, ତା’ ଉପରେ ସିନେପ୍ରେମୀଙ୍କ ନଜର ରହିଛି ।

Leave A Reply

Your email address will not be published.