Latest Odisha News

BREAKING NEWS

ଅଯୋଧ୍ୟା ରାୟ: ବଲିଉଡ଼ ସେଲିବ୍ରେଟି ମାନେ ଦେଲେ ଏହିଭଳି ପ୍ରତିକ୍ରିୟା

ମୁମ୍ବାଇ: ସୁପ୍ରିମକୋର୍ଟ ଶନିବାର ଦିନ ଦେଶର ସର୍ବପୁରାତନ, ସମ୍ବେଦନଶୀଳ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଶୁଣାଇଛନ୍ତି ।

ସୁପ୍ରିମ କୋର୍ଟଙ୍କ ରାୟ ପରେ ବଲିଉଡ ସେଲିବ୍ରେଟି ମାନେ ସୋସିଆଲ ମିଡିଆରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ସେଲିବ୍ରେଟିଙ୍କ ପ୍ରତିକ୍ରିୟା ସମ୍ପର୍କରେ ଆମେ ଆପଣଙ୍କୁ ଜଣାଉଛୁ…


ବରିଷ୍ଠ କଳାକାର ଅନୁପମ୍ ଖେର ଦେଶରେ ଘଟୁଥିବା ଛୋଟ ବଡ଼ ଘଟଣା ସଂପର୍କରେ ଟ୍ବିଟ୍ କରି ନିଜ ମତ ପ୍ରତିକ୍ରିୟା ଦେଇଥାନ୍ତି । ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟ ଦେଇଥିବା ରାୟ ଉପରେ ଅନୁପମ ଲେଖିଛନ୍ତି ଯେ ‘ଆଲ୍ଲାହ ତେରେ ନାମ୍‌, ଇଶ୍ବର ତେରେ ନାମ। ସବ୍‌କୋ ସନ୍‌ମତି ଦେ ଭଗବାନ।‘


ବଲିଉଡ ଅଭିନେତା ଫରଆନ ଅଖତର୍‌ ଟ୍ବିଇଟ ଲେଖିଛନ୍ତି ଯେ ମୋର ସବୁ ଲୋକଙ୍କୁ ଅନୁରୋଧ ସୁପ୍ରିମ କୋର୍ଟଙ୍କ ରାୟକୁ ସମ୍ମାନ ଦିଅନ୍ତୁ।


ସେହିପରି ବଲିଉଡର ତାପସୀ ପନ୍ନୁ ଟ୍ବିଇଟ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛି । ଏବେ ଦେଶର ବିକାଶ ପାଇଁ ଯାହା କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି ତାହା କରାଯିବା ଉଚିତ୍‌ ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ସେହିପରି ବଲିଉଡ୍‌ର ଅଭିନେତ୍ରୀ ସ୍ବରା ଭାସ୍କର ଟ୍ବିଇଟ କରି ଲେଖିଛନ୍ତି ଯେ ‘ରଘୁପତି ରାଘବ ରାଜା ରାମ… ସବ୍‌କୋ ସନ୍‌ମତି ଦେ ଭଗବାନ।‘

Comments are closed.