Latest Odisha News

BREAKING NEWS

ବିଶ୍ୱର ଦ୍ରୁତତମ ଧାବକ ବୋଲ୍ଟଙ୍କ ଆକାଂଉଟରୁ ଗାଏବ ହୋଇଗଲା ୯୮ କୋଟି ଟଙ୍କା

ନୂଆଦିଲ୍ଲୀ: ବିଶ୍ୱର ଦ୍ରୁତତମ ଧାବକ ଜାମାଇକାର ଉସେନ ବୋଲ୍ଟଙ୍କ ଆକାଂଉଟରୁ ୯୮ କୋଟି ଟଙ୍କା ଗାଏବ ହୋଇଯାଇଛି । ତାଙ୍କ ଅର୍ଥ ଜାମାଇକା ଷ୍ଟକ୍ସ ଆଣ୍ଡ ସିକ୍ୟୁରିଟିଜ ଲିମିଟେଡ କମ୍ପାନୀରେ ଲଗା ଯାଇଥିଲା । ବୋଲ୍ଟଙ୍କ ଓକିଲ ଗାର୍ଡେନଙ୍କ ଅନୁସାରେ ବୋଲ ଠକାମୀର ଶୀକାର ହୋଇଛନ୍ତି । ଏଥିଯୋଗୁ ତାଙ୍କର ସମସ୍ତ ସେଭିଙ୍ଗସ ଓ ପେନସନ ଗାଏବ ହୋଇଯାଇଛି । ଯଦି କମ୍ପାନୀ ତାଙ୍କ ଅର୍ଥ ଶୀଘ୍ର ଫେରସ୍ତ ନ କରିବେ ତାହାହେଲେ କୋର୍ଟର ଦ୍ୱାରସ୍ତ ହେବୁ ବୋଲି କହିଛନ୍ତି । ଜଣେ କର୍ମଚାରୀ ଏ ଭଳି କାଣ୍ଡ ରଚିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଆମେ ବୋଲ୍ଟଙ୍କ ସମେତ ଅନ୍ୟମାନଙ୍କ ଅର୍ଥ କିପରି ସୁରକ୍ଷିତ ଆଣିବୁ ସେ ନେଇ ଉଦ୍ୟମ ଜାରୀ ରଖିଛୁ । ୨୦୧୮ରେ ସବୁଠାରୁ ଅଧିକ ଅର୍ଥ ରୋଜଗାର କରୁଥିବା ଆଥଲେଟଙ୍କ ମଧ୍ୟରେ ସେ ୪୫ତମ ସ୍ଥାନରେ ରହିଥିଲେ ।

ସେ ବିଜ୍ଞାପନ ବାବଦକୁ ୨୪୦ କୋଟି ଓ ସ୍ୟାଲେରୀରେ ୮ କୋଟି ଆୟ କରୁଛନ୍ତି । ୧୦୦ ମିଟର ରେସରେ ଏବେ ବି ବିଶ୍ୱ ରେକର୍ଡ ବୋଲ୍ଟଙ୍କ ନାମରେ ରହିଛି । ସେ ୯.୫୮ ସେକେଣ୍ଡରେ ୧୦୦ ମିଟର ଏବଂ ୧୯.୧୯ ସେକେଣ୍ଡ ସମୟରେ ୨୦୦ ମିଟର ରେସ ସମ୍ପୂର୍ଣ୍ଣ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୧୭ ଲଣ୍ଡନ ଅଲିମ୍ପିକ୍ସ ପରେ ସେ ଅବସର ଘୋଷଣା କରିଥିଲେ । ସେ ତାଙ୍କ କ୍ୟାରିୟରର ଶେଷ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିଲେ ।

Leave A Reply

Your email address will not be published.