Latest Odisha News

BREAKING NEWS

ଖୁଣ୍ଟୁଣିରେ ପୋଲିସ ଉପରକୁ ବୋମାମାଡ

ଆଠଗଡ: ଖୁଣ୍ଟୁଣିରେ ପୋଲିସ ଉପରକୁ ବୋମାମାଡ । ଏଥିରେ ଜଣେ ହାବିଲଦାର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ସିମେଣ୍ଟ କମ୍ପାନୀରେ ବିଦ୍ୟୁତ ସଂଯୋଗ ଦିଆଯିବା ବେଳେ ଏହି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଯେଉଁ ସବୁ ଜମି ଉପର ଦେଇ ବିଦ୍ୟୁତ ତାର ଯାଉଥିଲା ତାର ମାଲିକମାନେ କ୍ଷତିପୂରଣ ମାଗିଆସୁଥିଲେ । ତେଣୁ ଆଜି ପୋଲିସ ଉପସ୍ଥିତିରେ ବିଦ୍ୟୁତ ସଂଯୋଗ ଦିଆଯାଉଥିଲା । ଏହି ସମୟରେ ହଠାତ୍ କେହି ପୋଲିସ ଉପରକୁ ବୋମାମାଡ କରିଥିଲା । ଏଥିରେ ଜଣେ ହାବିଲଦାର ଆହତ ହୋଇଛନ୍ତି ।

ପରିସ୍ଥିତି ଉତ୍ତେଜନାମୂଳକ ଥିବାରୁ ଚୌଦ୍ୱାର ଏସଡ଼ିପିଓ, ଆଆଇସିଙ୍କ ସମେତ ୩ ପ୍ଲାଟୁନ ଫୋର୍ସ ମୃତୟନ ହୋଇଛନ୍ତି ।

Leave A Reply

Your email address will not be published.