Latest Odisha News

ବିଧାୟକଙ୍କ ଅଫିସ ପରିସରରୁ ମିଳିଲା ବୋମା

ତାଳଚେର: ବିଧାୟକଙ୍କ କ୍ୟାମ୍ପରୁ ମିଳିଲା ବୋମା । ତାଳଚେର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ପରିସରରୁ ବୋମା ଜବତ ହୋଇଛି । ଏ ବୋମା କିଏ ଆଣିଲା ଏବଂ କାହିଁକି ଆଣିଲା ତାହା ଜଣା ପଡିନାହିଁ । ତେବେ ବେମା ମିଳିବା ପରେ କ୍ୟାମ୍ପରେ ହଇଚଇ ପଡି ଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି ।

ଆଜି ସକାଳେ ବିଧାୟକଙ୍କ ନନ୍ଦିରା ସ୍ଥିତ ଅଫିସକୁ ଆସିଥିଲେ ।   ଅଫସ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ଜଣେ କର୍ମୀ ଦେଖିବା ପରେ ପୁଲିସକୁ ଖବର ଦିଆଯାଇଥିଲା । ବୋମାରେ ଟାଇମର ଲାଗିଥିବା କୁହାଯାଉଛି  ।  ବୋମାଟିକୁ ନିଷ୍କ୍ରୟ କରିବା ପାଇଁ ବମ୍‌ ସ୍କ୍ୱାର୍ଡକୁ ଖବର ଦିଆଯାଇଛି।

ତାଳଚେର ବିଧାୟକ ଏହି ବମ କେହି କୁଚକ୍ରୀ ବ୍ୟକ୍ତି ପକାଇ ଥାଇପାରନ୍ତି ବୋଲି ଅନୁମାନ କରୁଛନ୍ତି । ବମ ସ୍କ୍ୱାର୍ଡ ଟିମକୁ ଡକାଯାଇଛି ଏବଂ ସେମାନେ ଆସିଲେ ବୋମା ରଖିବାର ସତ୍ୟତା ଜଣାପଡିବ ବୋଲି ତାଳଚେର ଏସଡିପିଓ ମାନସ ବାରିକ କହିଥିବା ସୂଚନା ରହିଛି ।

 

Comments are closed.