Latest Odisha News

BREAKING NEWS

କୋଲକାତା-ମୁମ୍ବାଇ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: କୋଲକାତାରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ। ଏହି ଘଟଣା କୋଲକାତା ବିମାନବନ୍ଦରରେ ଘଟିଥିଲା। ଯେତେବେଳେ ସୁରକ୍ଷା ଯାଞ୍ଚ ବେଳେ ଜଣେ ଯାତ୍ରୀ କହିଥିଲେ ଯେ କଣ ମୋ ପାଖରେ ବୋମା ଅଛି।

ଯାହାପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଡ଼ାଣକୁ ବନ୍ଦ କରିଦେଇଥିଲେ। ସିଆଇଏସଏଫ୍ ସନ୍ଦିଗ୍ଧ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ବର୍ତ୍ତମାନ ବିମାନଟି କୋଲକାତା ବିମାନବନ୍ଦରରେ ଥିବାବେଳେ ଏବଂ ବମ୍ ସ୍କ୍ବାଡ୍‌କୁ ସତର୍କ କରାଯାଇଛି। ପ୍ରାରମ୍ଭିକ ରିପୋର୍ଟରେ ବୋମା ଥିବା ସ୍ପଷ୍ଟ ହୋଇନାହିଁ ତଥାପି ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରୋଟୋକଲ ପାଳନ କରାଯାଉଛି।

ତେବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ପିଆରଓ କହିଛନ୍ତି, ‘ଜଣେ ଯାତ୍ରୀ ଇମ୍ଫାଲରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିଲେ। କୋଲକାତାରେ ସୁରକ୍ଷା ଯାଞ୍ଚ ସମୟରେ ଯାତ୍ରୀ ଜଣଙ୍କ ମୋ ପାଖରେ ବୋମା ଅଛି କି ପଚାରିଲେ। ଏହା ଶୁଣି ସୁରକ୍ଷା ବାହିନୀ ତଦନ୍ତ ପାଇଁ ତାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ।

Comments are closed.