Latest Odisha News

BREAKING NEWS

ରିୟାଙ୍କୁ ବେଲ୍ ନା ପୁଣି ଜେଲ୍ ! ଆଜି ରାୟ ଶୁଣାଇବେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବେଲ୍ ମିଳିବ କି ନାହିଁ ? ନା ଜେଲରେ ରହିବେ ? ଆଜି ଜାମିନ ଆବେଦନର ରାୟ ଦେବେ ବମ୍ବେ ହାଇକୋର୍ଟ । ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଉପରେ ବି ରାୟ ପ୍ରକାଶ କରିବେ କୋର୍ଟ ।
Rhea Chakraborty's Custody Extendedଗତକାଲି ରିୟା ଓ ସୌଭିକଙ୍କ ସମେତ ଡ୍ରଗ୍ସ ଲିଙ୍କରେ ଗିରଫ ସମସ୍ତ ଅଭିଯୁକ୍ତଙ୍କ ବିଚାର ବିଭାଗୀୟ ହାଜତ ମିଆଦ ବୃଦ୍ଧି ହୋଇଥିଲା । ଆଜି ବେଲ୍ ମିଳିଲେ ମୁକୁଳିବେ ରିୟା । ନହେଲେ ଆସନ୍ତା ୨୦ ତାରିଖ ଯାଏଁ ଜେଲରେ ରହିବେ ।

ସେପ୍ଟେମ୍ବର ୮ ତାରିଖରେ ରିୟାଙ୍କୁ ଗିରଫ କରିଥିଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ତାଙ୍କ ପୂର୍ବରୁ ଭାଇ ସୌଭିକ୍ ଓ ଏହାରି ଭିତରେ ପାଖାପାଖି ୨୦ ଜଣଙ୍କୁ ଗିରଫ କରିଛି ଏନସିବି । ପୂର୍ବରୁ ରିୟା ଓ ସୌଭିକଙ୍କ ଜାମିନ ଆବେଦନକୁ ମୁମ୍ବାଇ ଏନଡିପିଏସ୍ କୋର୍ଟ ଖାରଜ କରିଥିଲେ ।

Leave A Reply

Your email address will not be published.