Latest Odisha News

BREAKING NEWS

ରାଜଧାନୀରେ ଅପରାଧୀଙ୍କ ରାଜ ! ମାସକରେ ୩ ଥର ବୋମାମାଡ କରି କମିଶନରେଟ ପୋଲିସକୁ ଖାେଲା ଚାଲେଞ୍ଜ

ଭୁବନେଶ୍ୱର:ରାଜଧାନୀରେ ବଢୁଛି ଅପରାଧୀଙ୍କ ରାଜ । ଖୋଲାଖୋଲି ପୋଲିସକୁ ଚାଲେଞ୍ଜ ଦେଇ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ । ଗତକାଲି ରାତିର ଘଟଣା ଏକଥା ସ୍ପଷ୍ଟ କରୁଛି । ରାଜଧାନର ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ରସୁଲଗଡରେ ସନ୍ଧ୍ୟା ୮ଟାରେ କରିଛନ୍ତି ବୋମାମାଡ । ସବୁଠାରୁ ବଡ କଥା ହେଉଛି, ଥାନାଠାରୁ ମାତ୍ର ଦେଢ ଶହ ମିଟର ଦୂରରେ ଏପରି ଅପରାଧ ଘଟାଇକୁ କିପରି ସାହାସ କରିପାରିଲା ଅପରାଧୀ ? ପୁଣି ବୋମାମାଡ କରି ଫେରାର ହୋଇଯିବାରେ ସଫଳ ହେଲା କେମିତି ?

ଏପରି ବୋମାମାଡ ଆଜି ପ୍ରଥମ ଥର ପାଇଁ ନୁହେଁ, ମାସକ ମଧ୍ୟରେ ତିନି ତିନି ଥର ରାଜଧାନୀର ପ୍ରମୁଖ ସ୍ଥାନରେ ବୋମାମାଡ କଲେଣି । କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି ଦୁର୍ବୃତ୍ତ । ପ୍ରଥମ ବୋମାମାଡ କରିଥିଲେ ମାର୍ଚ୍ଚ ୧୭ ତାରିଖରେ ଖାରବେଳ ନଗର ୟୁନିଟ-୪ ସ୍ଥିତ ଶ୍ରୀଜୁଏଲରୀ ଉପରକୁ । ଜୁଏଲରୀର ମାଲିକ ରମାକନ୍ତଙ୍କ ଦୁଇ ଗୋଡରେ କ୍ଷତ ସୃଷ୍ଟି ହୋଇଥିଲା । ୨ୟ ବୋମାମାଡ ହୋଇଥିଲା ମାର୍ଚ୍ଚ ୧୮ ତାରିଖ ବିଳମ୍ବିତ ରାତିରେ  ।ଲକ୍ଷ୍ମୀସାଗର ଥାନା ଷ୍ଟେଶନ ବଜାର ନିକଟ ପ୍ରଧାନ ସାହି ବସ୍ତିର ଏସ ଚେଲାପତିଙ୍କ ଘର ସାମ୍ନରେ ହୋଇଥିଲା ବୋମା ମାଡ । ତୃତୀୟ ବୋମାମାଡ ଏପ୍ରିଲ ୨୦ ତାରିଖ  ରାତିରେ ରସୁଲଗଡ ସ୍ଥିତ ଉର୍ମି ହୋଟେଲରେ ।

ଦୁର୍ବୃତ୍ତ ରସୁଲଗଡ ଫ୍ଲାଏଓଭର ବ୍ରିଜ ଉପରୁ ଦୁର୍ବୃତ୍ତମାନେ ୨ଟି ବୋମାମାଡ କରି ଫେରାର ହୋଇଯାଇଥିଲେ । ଗୋଟିଏ ବୋମା ଫୁଟି ନ ଥିବାବେଳେ ଗୋଟିଏ ଫୁଟିଛି । ବୋମାମାଡରେ କାଚ ଝରକା ଛିନଛତ୍ର ହୋଇଯାଇଛି । ତେବେ କେହି ମୃତାହାତ ହୋଇ ନାହାନ୍ତି । ତେବେ ଏହି ଘଟଣା ପରେ ହୋଟେଲରେ ଅନେକ ଲୋକ ରହୁଥିଲେ । ସନ୍ଧ୍ୟାବେଳେ କେହି ବୁଲୁଥିଲେ ତ କେହି ବାଲକୋନିରେ ବସିଥିଲେ । ବେମାମାଡ ଶବ୍ଦ ଶୁଣି ଭୟଭୀତ ହୋଇ ପଡିଥିଲେ । ଭୟରେ ଦୌଡାଦୌଡି ହୋଇଥିଲେ । ବୋମା ଶବ୍ଦ ଶୁଣି ରାସ୍ତାଘାଟରେ ବି ଯାନବାହନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଅଫୁଟା ବୋମା ଜବତ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

Comments are closed.